ରେଳ ଟେଣ୍ଡର ଦୁର୍ନୀତି ମାମଲା: ଲାଲୁ ଯାଦବ, ରାବ୍ରି ଦେବୀ, ତେଜସ୍ୱୀ ଯାଦବଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ (ହି.ସ.) - ରେଳ ଟେଣ୍ଡର ଦୁର୍ନୀତି ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆର. ଜେ. ଡି.) ସୁପ୍ରିମୋ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟ ଅଭିଯୋଗ ଗଠନ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗ୍
ରେଳ ଟେଣ୍ଡର ଦୁର୍ନୀତି ମାମଲା: ଲାଲୁ ଯାଦବ, ରାବ୍ରି ଦେବୀ, ତେଜସ୍ୱୀ ଯାଦବଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ


ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦ (ହି.ସ.) - ରେଳ ଟେଣ୍ଡର ଦୁର୍ନୀତି ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆର. ଜେ. ଡି.) ସୁପ୍ରିମୋ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟ ଅଭିଯୋଗ ଗଠନ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗ୍ନେ ଅଭିଯୋଗ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲାଲୁ ଯାଦବଙ୍କ ଜ୍ୱାଇଁ ରାହୁଲ ଯାଦବଙ୍କ ସମେତ ସାତ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତିନିଜଣଙ୍କ ବ୍ୟତୀତ ଲାରା ପ୍ରୋଜେକ୍ଟସ୍, ସରଲା ଗୁପ୍ତା, ପ୍ରେମଚାନ୍ଦ ଗୁପ୍ତା, ସୁଜାତା ହୋଟେଲ୍, ବିନୟ କୋଚ୍ଚର ଏବଂ ବିଜୟ କୋଚ୍ଚରଙ୍କ ବିରୋଧରେ କୋର୍ଟ ଅଭିଯୋଗ ଗଠନ କରିଛନ୍ତି। କୋର୍ଟ ରାହୁଲ ଯାଦବ, ଗୌରବ ଗୁପ୍ତା, ନାଥ ମଲ କାଙ୍କରିୟା, ବିଜୟ ତ୍ରିପାଠୀ, ଡି. ଏନ. ତୁଲସିଆନ, ରାଜୀବ ରେଲାନ ଏବଂ ଅଭିଷେକ ଫାଇନାନ୍ସଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଫେବୃଆରୀ ୧୩ ତାରିଖରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ମାମଲାରେ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାନୁଆରୀ ୨୮,୨୦୧୯ ରେ କୋର୍ଟ ନିୟମିତ ଜାମିନ ପ୍ରଦାନ କରିଥିଲେ। ସେଂଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ୨୦୧୯ ଜାନୁଆରୀ ୧୯ରେ କୋର୍ଟ ଲାଲୁ ଯାଦବଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ରେଳ ଟେଣ୍ଡର ଦୁର୍ନୀତିରେ ସିବିଆଇ ସହ ଜଡ଼ିତ ମାମଲାରେ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଗଠନ କରିବାକୁ କୋର୍ଟ ୨୦୨୫ ଅକ୍ଟୋବର ୧୩ରେ ନିର୍ଦ୍ଦେଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande