ସୋନପୁର ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ସରକାରୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ
ସୁବର୍ଣ୍ଣପୁର, ୧୦ ସେପ୍ଟେମ୍ବର(ହି.ସ.) – ସୋନପୁର ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ସରକାରୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷପୂର୍ବାହ୍ନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ପଦକ୍ଷେପର ଉଦ୍ଦେଶ୍ୟ ସମ
ସେlନପୁର ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ସରକାରୀ ବାଳିକା ବିଦ୍ୟାଳୟ ଠାରେ  ଅନୁଷ୍ଠିତ


ସୁବର୍ଣ୍ଣପୁର, ୧୦ ସେପ୍ଟେମ୍ବର(ହି.ସ.) – ସୋନପୁର ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ସରକାରୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି କ୍ଷପୂର୍ବାହ୍ନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ପଦକ୍ଷେପର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ବିଜ୍ଞାନକୁ ଅସ୍ତ୍ର ରୂପେ ଗ୍ରହଣ କରି ସମାଜର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ ବୋଲି ମତ ରଖିଥିଲେ। ୨୦୪୭ ମସିହାରେ ଭାରତ ଶକ୍ତି ଝୁଡ଼ି ସମ୍ଭାବନା ଓ ଆହ୍ୱାନ ଶୀର୍ଷକ ଆଲୋଚନା ଚକ୍ରରେ ବ୍ଲକ୍ର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ୩୬ ଜଣ ଛାତ୍ର ଛାତ୍ରୀ ନିଜର ବିଶ୍ଲେଷଣ ଉପସ୍ଥାପନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ରଜତ ବଡ଼ମାଳୀ ଓ ସୁଜିତ କୁମାର ମିଶ୍ର ବିଚାରକ ଭାବରେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ଦାଶ, ବଡ଼ଝିଙ୍କି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ରଙ୍କ ସମେତ ସାଧନ କେନ୍ଦ୍ର ସଂଯୋଜକମାନେ ଉପସ୍ଥିତ ରହି ଏହାକୁ ସମ୍ପାଦନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande