ସିସିଟିଭି ଫୁଟେଜରୁ ଧରାପଡ଼ିଲା ଚୋରି ମାମଲାର ଅଭିଯୁକ୍ତ
Thief cought through cctv
ସିସିଟିଭି ଫୁଟେଜ୍ରୁ ଧରାପଡ଼ିଲା ଚୋରି


ଝାରସୁଗୁଡ଼ା, ୧୦ ସେପ୍ଟେମ୍ବର (ହି.ସ.) - ଲଖନପୁର ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଥାନା ଅଧୀନ କତରବଗାସ୍ଥିତ ଗ୍ରାହକ ସେବା କେନ୍ଦ୍ର (ସିଏସ୍ସି)ରୁ ଚୋରି ଘଟଣାରେ ରେଙ୍ଗାଲି ପୁଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ନାବାଳକଙ୍କୁ ପୁଲିସ ଆୟତ କରି ଶିଶୁ ସୁଧାର ଗୃହକୁ ପଠାଇଛି। ଗିରଫ ଅଭିଯୁକ୍ତ ହେଲେ ରେଙ୍ଗାଲି ଥାନା ଅନ୍ତର୍ଗତ ଦରିଡ଼ିହିପା ଗ୍ରାମର ସନାତନ କିସାନ (୨୬)।

ସୂଚନା ଅନୁଯାୟୀ, ଗତ ସେପ୍େଟମ୍ବର ୮ ତାରିଖ ବିଳମ୍ବିତ ରାତିରେ କତରବଗାସ୍ଥିତ ସିଏସ୍ସି କେନ୍ଦ୍ରରେ ଚୋରି ହୋଇଥିଲା। ଏନେଇ ରେଙ୍ଗାଲି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସିସିଟିଭି ଫୁଟେଜ୍ ଯାଂଚ କରି ଚୋରି ଘଟଣାରେ ସମ୍ପୃକ୍ତଙ୍କୁ ଚିହ୍ନଟ କରିଥିଲା।

ତଦନ୍ତ ପରେ ସନାତନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ଚୋରି ହୋଇଥିବା ୪ଟି ମୋବାଇଲ ଫୋନ୍ ଓ ୨ଟି ଇୟରବଡ୍ ପୁଲିସ ଜବତ କରିଛି।

ଏ ସଂକ୍ରାନ୍ତରେ ରେଙ୍ଗାଲି ଥାନାରେ କେସ୍ ନମ୍ବର ୨୩୯/୨୦୨୬ ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ଶିଶୁ ସୁଧାର ଗୃହକୁ ପଠାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande