
ଭୁବନେଶ୍ୱର, ସେପ୍ଟେମ୍ବର ୧୦ (ହି.ସ)- ଭୁବନେଶ୍ୱରଠାରେ ସେଂଟ୍ରାଲ୍ ଆୟୁର୍ବେଦ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଭୁବନେଶ୍ୱର ଏବଂ ଡବ୍ଲୁଏଚଓ- ସିସି ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମେଡିକାଲ୍ ହେରିଟେଜ୍, ହାଇଦ୍ରାବାଦ ଦ୍ୱାରା ଆୟୋଜିତ ପ୍ରି-ଡବ୍ଲୁଏଏଚ ହାଇବ୍ରିଡ ୱାର୍କସପ୍ ମାନୁସ୍କ୍ରିପ୍ଟୋଲୋଜି ଫର୍ ଏସଇଏଆରଓ କଂଟ୍ରିଜ୍ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ଏହି କାର୍ଯ୍ୟକ୍ରମରେ ତାଳପତ୍ର ପୋଥି ଓ ପ୍ରାଚୀନ ଚିକିତ୍ସା ଜ୍ଞାନର ସଂରକ୍ଷଣ, ଅଧ୍ୟୟନ ଓ ଗବେଷଣା ନେଇ ଆଲୋଚନା ହୋଇଥିଲା। ନେପାଳ ଓ ଶ୍ରୀଲଙ୍କା ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ଏଥିରେ ଯୋଗଦେଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ମାର୍ଗଦର୍ଶନରେ ଆୟୁଷ ବିଭାଗ ଆରମ୍ଭ କରାଯିବ ସହ ଭାରତୀୟ ପ୍ରାଚୀନ ଚିକିତ୍ସା ପଦ୍ଧତିକୁ ଗୁରୁତ୍ୱ ଦିଆଯାଉଛି। ରାଜ୍୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଓଡ଼ିଶାରେ ପାରମ୍ପରିକ ଚିକିତ୍ସା ପଦ୍ଧତି, ବିଶେଷକରି ଆୟୁର୍ବେଦକୁ ଆହୁରି ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସ କରାଯାଉଛି। ରାଜ୍ୟରେ ଆୟୁର୍ବେଦିକ ମେଡିକାଲ କଲେଜ, ସରକାରୀ ଆୟୁଷ ହସ୍ହପିଟାଲ ,ସ୍ପିଟାଲ, ପଞ୍ଚକର୍ମ କେନ୍ଦ୍ର ଏବଂ ନ୍ୟାସନାଲ ଆୟୁଷ ମିଶନ ଅଧୀନରେ ବ୍ୟାପକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ରହିଛି।'
ଏଥିସହ ଭୁବନେଶ୍ୱରଠାରେ ଏକ ଆୟୁଷ ଡ୍ରଗସ୍ ଟେଷ୍ଟିଂ ଲାବ୍ରୋଟୋରୀ ସ୍ଥାପନ ଏବଂ ବିଶ୍ୱ ଆୟୁର୍ବେଦ କଂଗ୍ରେସ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଏହା ରାଜ୍ୟରେ ଆୟୁଷ ଔଷଧର ଗୁଣବତା ନିଶ୍ଚିତକରଣ ଓ ଗବେଷଣାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ ଏମ୍. ଏମ୍. ରାଓ, ନିର୍ଦ୍ଦେଶକ, ସିସିଆରଏଏସ୍ -ସିଏଆରଆଇ , ଭୁବନେଶ୍ୱର, ଡଃ ଜି. ପି. ପ୍ରସାଦ, ନିର୍ଦ୍ଦେଶକ ସିସିଆରଏଏସ୍ -ଏନଆଇଆଈଏମଏଚ୍ , ହାଇଦ୍ରାବାଦ, ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ, ନିର୍ଦ୍ଦେଶକ,ସିସି ଏଆରଏସ୍ , ନୂଆଦିଲ୍ଲୀ, ଅଞ୍ଜନା ପଣ୍ଡା, ଆଇଏଏସ୍, ନିର୍ଦ୍ଦେଶିକା, ଆୟୁଷ, ଓଡ଼ିଶା ସରକାର ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା