ଅନୁଗୁଳରେ ଦିଶା ବୈଠକରେ ଯୋଗ ଦେବା ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)-ଅନୁଗୋଳ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଅନୁଷ୍ଠିତ ବିଶାବୈଠକରେ ଯୋଗ ଦେଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନ
ବୈଠକ


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)-ଅନୁଗୋଳ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ

କରିବା ସହ ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଅନୁଷ୍ଠିତ ବିଶାବୈଠକରେ ଯୋଗ

ଦେଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି

ଓ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହାସହ ଧର୍ମେନ୍ଦ୍ର ଅନୁଗୋଳ ଅମଲାପଡ଼ା ଠାରେ 'ଜିଲ୍ଲା ଅଡିଟ୍

କାର୍ଯ୍ୟାଳୟ' ଏବଂ ଅନୁଗୋଳ

ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସରେ ୧୦୦ ଲେଖାଁଏ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀ

ନିବାସର ଉଦ୍ଘାଟନ କରିଛନ୍ତି । ଏହି ନୂତନ ଅଡିଟ୍ କାର୍ଯ୍ୟାଳୟ ଜିଲ୍ଲାର ସରକାରୀ ଆର୍ଥିକ

କାରବାରରେ ଅଧିକ ସ୍ୱଚ୍ଛତା ଆଣିବା ସହ ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ପ୍ରମୁଖ

ଭୂମିକା ଗ୍ରହଣ କରିବ ।

ପଲିଟେକ୍ନିକ୍ କ୍ୟାମ୍ପସରେ ଉଦଘାଟିତ ହୋଇଥିବା ହଷ୍ଟେଲ୍ଗୁଡ଼ିକ

ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ମାଧ୍ୟମରେ ଅନୁଗୋଳର ଯୁବଶକ୍ତିଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ଡବଲ ଇଞ୍ଜିନ

ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande