୧.୨୫ କୋଟି ଫ୍ଲାଟ ଠକେଇ ମାମଲାରେ ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ଗଞ୍ଜାମ, ୧୦ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ପୋଲିସ ହାଇଦ୍ରାବାଦରେ ୧.୨୫ କୋଟି ଟଙ୍କାର ଫ୍ଲାଟ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ୩୫ ବର୍ଷୀୟ ରାକେଶ କୁମାର ପାତ୍ର। ୨୩ ଅଗଷ୍ଟ ୨୦୨୬ରେ କେଦାରପେଟା ରୋଡର ପି ସ୍ୱପ୍ନରାଣୀ ପାତ୍ର ବଡ଼ବଜାର ଥାନାରେ ଲ
Qertty


ଗଞ୍ଜାମ, ୧୦ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ପୋଲିସ ହାଇଦ୍ରାବାଦରେ ୧.୨୫ କୋଟି ଟଙ୍କାର ଫ୍ଲାଟ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ୩୫ ବର୍ଷୀୟ ରାକେଶ କୁମାର ପାତ୍ର।

୨୩ ଅଗଷ୍ଟ ୨୦୨୬ରେ କେଦାରପେଟା ରୋଡର ପି ସ୍ୱପ୍ନରାଣୀ ପାତ୍ର ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ଆଧାରରେ ବଡ଼ବଜାର ଥାନା କେସ ନଂ ୬୪୦/୨୦୨୬, ବିଏନଏସ ଧାରା ୨୯୬/୩୧୮(୪)/୩୩୬(୩)/୩୩୮/୩୪୦(୨)/୩୫୧(୨)/୬୧(୨) ବି ରୁଜୁ ହୋଇଥିଲା। ଅଭିଯୁକ୍ତ ରାକେଶ କୁମାର ପାତ୍ର ଓ ସହ ଅଭିଯୁକ୍ତ ଅପର୍ଣା ପାତ୍ର ଅଭିଯୋଗକାରୀଣୀଙ୍କୁ ହାଇଦ୍ରାବାଦ ମୁସାପେଟ, ଗ୍ରୀନହିଲ୍ସ ରୋଡରେ ଥିବା ମାରିନା ସ୍କାଏଜର ଫ୍ଲାଟ ନଂ ୯୦୫ ବିକିବା ପାଇଁ ପ୍ରସ୍ତାବ ଦେଇଥିଲେ। ନିଜେ ମାଲିକ ବୋଲି ବିଶ୍ୱାସ ଦେବା ପାଇଁ ନକଲି ସେଲ ଡିଡ୍ ଓ ପରିଚୟପତ୍ର ଦେଖାଇଥିଲେ। ଏହାକୁ ବିଶ୍ୱାସ କରି ଅଭିଯୋଗକାରିଣୀ ୟୁପିଆଇ/ଫୋନପେ, ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦରେ ମୋଟ ୧,୨୫,୦୦,୦୦୦ ଟଙ୍କା ଦେଇଥିଲେ। ପରେ ଜଣାପଡିଲା ଫ୍ଲାଟଟି ରାକେଶର ନୁହେଁ, ତା'ର ଭାଇ ରୁଦ୍ରନାରାୟଣ ପାତ୍ରଙ୍କ ନାମରେ ଅଛି। ଟଙ୍କା ମାଗିବାରୁ ଓ ଲିଗାଲ ନୋଟିସ ଦେବାରୁ ଅଭିଯୁକ୍ତ ଅଶ୍ଳୀଳ ଭାଷାରେ ଧମକ ଦେଇଥିଲେ।

ପୋଲିସ ବିଶ୍ୱସ୍ତ ସୂଚନାପାଇ ଓ ଚଢ଼ଉ ପରେ ତଦନ୍ତକାରୀ ଅଧିକାରୀ ଏସଆଇ ଦୀପକ କୁମାର ଦାସ ୮ ସେପ୍ଟେମ୍ବର ୨୦୨୬ରେ ହାଇଦ୍ରାବାଦରୁ ଅଭିଯୁକ୍ତକୁ ଧରିଛନ୍ତି। ତା' ନିକଟରୁ ଗୋଟିଏ ଆପଲ ଆଇଫୋନ, ନକଲି ଦଲିଲ ଓ ପ୍ରପର୍ଟି କାଗଜପତ୍ର, ୫୪ ପୃଷ୍ଠାର ଫୋନପେ ଟ୍ରାଞ୍ଜାକ୍ସନ ରେକର୍ଡ ପୁଲିସ ଜବତ କରିଛି। ଅଭିଯୁକ୍ତକୁ ଗିରଫ କରି ଏସଡିଜେଏମ, ବ୍ରହ୍ମପୁର କୋର୍ଟକୁ ପଠାଯାଇଛି। ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande