
ଭୁବନେଶ୍ୱର, ସେପ୍ଟେମ୍ବର ୧୦ (ହି.ସ)- ଜମି ଜାଲିଆତିରେ ଲାଗିବ ବ୍ରେକ୍। ଏଣିକି ଆଉ ବେଆଇନ ଭାବେ ପୁରୁଣା ରେକର୍ଡ ବଦଳାଇ କି ଗାଏବ କରିପାରିବେନି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସରକାର ୯୯ ପ୍ରତିଶତ ରେକର୍ଡ ଅଫ ରାଇଟର ଡିଜିଟାଇଜେସନ୍ କରି ସାରିଛନ୍ତି। ଜମିଜମା ଡିଜିଟାଇଜେସନ ନେଇ ସନ୍ଧ୍ୟାରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା