ମୋଦିଙ୍କ ଜନ୍ମଦିନରେ ବିଶାଳ ରକ୍ତ ଦାନ ଶିବିର ଆୟୋଜିତ କରିବ ବିଜେପି
ଭୁବନେଶ୍ୱର, ସେପ୍ଟେମ୍ବର ୧୦ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜିତ କରିବ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସ
manmohan samal


ଭୁବନେଶ୍ୱର, ସେପ୍ଟେମ୍ବର ୧୦ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜିତ କରିବ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ଯାଏଁ ମାସେ ବ୍ୟାପୀ ସେବା କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି। ସ୍କୁଲ୍ କଲେଜରେ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ସଂକଳ୍ପ ଯାତ୍ରା କରାଯିବ। ୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭାର୍ଥୀଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ ହେବ। ପ୍ରତ୍ୟେକ ସ୍କୁଲ, କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ। ଭାଷଣ ପ୍ରତିଯୋଗିତା ବେଳେ ବିଧାୟକ ଏବଂ ଜନ ପ୍ରତିନିଧି ଉପସ୍ଥିତ ରହିବେ। ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା ହେବ। ସେହିପରି ରାସ୍ତା ଏବଂ ଛକରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande