
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ଭାରତୀୟ କ୍ଷୁଦ୍ରକଳାକାର କେ. ବିଜୟ କୁମାର ରେଡ୍ଡୀ, ନିଜର ଅତ୍ୟନ୍ତ
ସୂକ୍ଷ୍ମ ଓ ନିଖୁଣ କ୍ଷୁଦ୍ରକଳା ଏବଂ ଚକ୍ ଖୋଦେଇ କଳା ପାଇଁ ପରିଚିତ। ସେ ଚକ୍ରେ ବ୍ରିକ୍ସସଦସ୍ୟ ଦେଶଗୁଡ଼ିକର
ପାଞ୍ଚ ନେତାଙ୍କ କ୍ଷୁଦ୍ର ପ୍ରତିକୃତି ତିଆରି କରି ଏକ ଅସାଧାରଣ କଳାକୃତି ସୃଷ୍ଟି କରିଛନ୍ତି।
ଏହି କଳାକୃତିରେ ବ୍ରାଜିଲ୍, ରୁଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ନେତାମାନଙ୍କ ପ୍ରତିକୃତି ରହିଛି।
ପ୍ରତ୍ୟେକ ନେତାଙ୍କ କ୍ଷୁଦ୍ର ପ୍ରତିକୃତିର ଉଚ୍ଚତା ମାତ୍ର ୧ ସେଣ୍ଟିମିଟର। ଏହା ସହିତ ବିଜୟ
ମାତ୍ର ୫ ମିଲିମିଟର ଉଚ୍ଚତାର ଏକ କ୍ଷୁଦ୍ର ବ୍ରିକ୍ସଲୋଗୋ ମଧ୍ୟ ତିଆରି
କରିଛନ୍ତି।
ବିଜୟଙ୍କ କହିବା ଅନୁସାରେ, ଏହି ଅତ୍ୟନ୍ତ ସୂକ୍ଷ୍ମ କଳାକୃତି ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ଏକ
ମାସର ନିରନ୍ତର ପରିଶ୍ରମ ଲାଗିଥିଲା। ଏତେ କ୍ଷୁଦ୍ର ଆକାରରେ ନେତାମାନଙ୍କ ପ୍ରତିକୃତି ତିଆରି
କରିବା ପାଇଁ ଅସାଧାରଣ ନିଖୁଣତା, ଧୈର୍ଯ୍ୟ ଓ କଳାକୌଶଳର ଆବଶ୍ୟକତା ରହିଥିଲା।
ବିଜୟ କୁମାର ରେଡ୍ଡୀ ପେସାରେ ଟାଟା ପାୱାରର ଜଣେ ଇଲେକ୍ଟ୍ରିକାଲ୍
ଇଞ୍ଜିନିୟର। ନିଜ ପେସାଦାର ଜୀବନ ସହିତ ସେ କ୍ଷୁଦ୍ରକଳାକୁ ମଧ୍ୟ ଜାରି ରଖିଛନ୍ତି। ସେ ଜଣେ ଗିନିଜ
ୱାର୍ଲ୍ଡ ବୁକ୍ ରେକର୍ଡ୍ସଧାରକ ମଧ୍ୟ ଅଟନ୍ତି ଏବଂ କ୍ଷୁଦ୍ରକଳା କ୍ଷେତ୍ରରେ ନିଜର ଅସାଧାରଣ
କାରିଗରୀ ପାଇଁ ସ୍ୱୀକୃତି ପାଇଛନ୍ତି। ତାଙ୍କ କଳାଯାତ୍ରାକୁ ବିଭିନ୍ନ ସରକାରୀ ସଂସ୍ଥା ଓ
ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପ୍ରଶଂସା ଓ ସ୍ୱୀକୃତି ମିଳିଛି।
ଭାରତୀୟ କ୍ଷୁଦ୍ରକଳାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ
ବିଜୟ ଆଉ ଏକ ପଦକ୍ଷେପ ନେଇଛନ୍ତି। ସେ ବ୍ରିକ୍ସଦେଶଗୁଡ଼ିକର ଦୂତାବାସକୁ ପତ୍ର ଲେଖି ନିଜର
କ୍ଷୁଦ୍ରକଳାକୃତି ସେମାନଙ୍କ ସହିତ ଅଂଶୀଦାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାକୁ ସେ ବନ୍ଧୁତ୍ୱ, ସାଂସ୍କୃତିକ
ଆଦାନପ୍ରଦାନ ଓ ଆନ୍ତର୍ଜାତୀୟ ସହଯୋଗର ପ୍ରତୀକ ଭାବେ ଦେଖୁଛନ୍ତି।
ଦକ୍ଷିଣ ଆଫ୍ରିକା ହାଇ କମିଶନ୍ ପକ୍ଷରୁ ବିଜୟଙ୍କୁ ଏକ ଅଧିକାରିକ
ପତ୍ର ମାଧ୍ୟମରେ ଗିନିଜ ୱାର୍ଲ୍ଡ ରେକର୍ଡହାସଲ କରିଥିବାରୁ ଅଭିନନ୍ଦନ ଜଣାଇବା ସହ ତାଙ୍କ କ୍ଷୁଦ୍ରକଳା
ପ୍ରତିଭାକୁ ପ୍ରଶଂସା କରାଯାଇଛି। ଏଥିସହ ଦକ୍ଷିଣ ଆଫ୍ରିକା ମିଶନ୍ ପକ୍ଷରୁ ବ୍ରିକ୍ସଲୋଗୋ ଓ ବ୍ରିକ୍ସନେତାମାନଙ୍କ
କ୍ଷୁଦ୍ର ଚକ୍ ପ୍ରତିକୃତି ପ୍ରସ୍ତୁତ କରି ଦକ୍ଷିଣ ଆଫ୍ରିକା ହାଇ କମିଶନ୍କୁ ପଠାଇବାକୁ ମଧ୍ୟ
ଅନୁରୋଧ କରାଯାଇଛି।
ବିଜୟଙ୍କ ପାଇଁ ଏହି ପ୍ରୟାସ କେବଳ ଏକ କଳାତ୍ମକ ସଫଳତା ନୁହେଁ। ସେ
କଳାକୁ ବିଭିନ୍ନ ଦେଶ ଓ ଲୋକଙ୍କୁ ସଂସ୍କୃତି ମାଧ୍ୟମରେ ଯୋଡ଼ିବାର ଏକ ମାଧ୍ୟମ ଭାବେ
ଦେଖୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା