ବରମୁଣ୍ଡାଠାରେ ପ୍ରସ୍ତାବିତ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍ ପ୍ରକ୍ରିୟାକରଣ କାରଖାନା ନେଇ ସମୀକ୍ଷା
ଭୁବନେଶ୍ୱର,୧୦ ସେପ୍ଟେମ୍ବର (ହି.ସ)- ଲୋକସେବା ଭବନଠାରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ, ବରମୁଣ୍ଡାଠାରେ ପ୍ରସ୍ତାବିତ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍ ପ୍ରକ୍ରିୟାକରଣ କାରଖାନାର ବିକାଶ ଓ କାର୍ଯ୍ୟକାରିତା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
uyjm

ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଏବଂ ମିଶନ ଶକ୍ତି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ, ଏହି ପ୍ରକଳ୍ପ ମାଧ୍ୟମରେ ଚାଉଳ ଓ ମିଲେଟ୍ ର ମୂଲ୍ୟଯୁକ୍ତ ଉତ୍ପାଦନ ସହ କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ନୂଆ ଜୀବିକାର ସୁଯୋଗ ସୃଷ୍ଟି ହେବ ।

ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ମିଶନ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande