ଏଭିସି ଭଲିବଲ ଚାମ୍ପିୟନଶିପ: ଭାରତ କ୍ୱାର୍ଟର ଫାଇନାଲରେ ଜାପାନଠାରୁ ସିଧାସଳଖ ସେଟରେ ହାରିଲା
ଫୁକୁଓକା, ୧୧ ସେପ୍େଟମ୍ବର (ହି.ସ.)- ଏଭିସି ପୁରୁଷ ଭଲିବଲ ମହାଦେଶୀୟ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ଭାରତକୁ ଆୟୋଜକ ଜାପାନ ବିପକ୍ଷରେ ସିଧାସଳଖ ସେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବର୍ତମାନର ଚାମ୍ପିୟନ ଜାପାନ ଶୁକ୍ରବାର ଭାରତକୁ ୩-୦ରେ ହରାଇ କ୍ରମାଗତ ସପ୍ତମ ଥର ପାଇଁ ପ୍ରତିଯୋଗିତାର
ଏଭିସି ଭଲିବଲ ଚାମ୍ପିୟନଶିପ: ଭାରତ କ୍ୱାର୍ଟର ଫାଇନାଲରେ ଜାପାନଠାରୁ ସିଧାସଳଖ ସେଟରେ ହାରିଲା


ଫୁକୁଓକା, ୧୧ ସେପ୍େଟମ୍ବର (ହି.ସ.)- ଏଭିସି ପୁରୁଷ ଭଲିବଲ ମହାଦେଶୀୟ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ଭାରତକୁ ଆୟୋଜକ ଜାପାନ ବିପକ୍ଷରେ ସିଧାସଳଖ ସେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବର୍ତମାନର ଚାମ୍ପିୟନ ଜାପାନ ଶୁକ୍ରବାର ଭାରତକୁ ୩-୦ରେ ହରାଇ କ୍ରମାଗତ ସପ୍ତମ ଥର ପାଇଁ ପ୍ରତିଯୋଗିତାର ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଜାପାନ ଭାରତକୁ ୨୫-୧୭, ୨୫-୧୫, ୨୫-୧୯ରେ ପରାସ୍ତ କରିଛି। ଦଶ ଥରର ଚାମ୍ପିୟନ ଜାପାନୀ ଦଳ ପାଇଁ ରାନ ତାକାହାଶି ୧୪ ପଂଏଟ, ୟୁଜି ନିଶିଦା ୧୨ ପଂଏଟ ,ଅଧିନାୟକ ୟୁକି ଇଶିକାୱା ୧୨ ପଂଏଟ ଏବଂ ଲ୍ୟାରି ଏଭବାଡେ-ଡାନ ୯ ପଂଏଟ ହାସଲ କରିଥିଲେ।

ଭାରତ ପକ୍ଷରୁ ଅଧିନାୟକ ଏବଂ ଅପୋଜିଟ ସ୍ପାଇକର ସି. ଜେରୋମ ବିନୀତ ସର୍ବାଧିକ ୧୧ ପଂଏଟ କରିଥିବାବେଳେ ଆଉଟସାଇଡ ହିଟର ଚିରାଗ ଯାଦବ ୬ ପଏଣ୍ଟର ଯୋଗଦାନ ଦେଇଥିଲେ।

ଡ୍ରାଗନ ମିହାଇଲୋଭିଚଙ୍କ ମାର୍ଗଦର୍ଶନରେ ଖେଳୁଥିବା ଭାରତୀୟ ଦଳ ୨୦୧୯ ପରେ ପ୍ରଥମ ଥର ପାଇଁ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇଥିଲା। ଭାରତ ପୁଲ-ବିର ନିଜର ଅନ୍ତିମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇଥିଲା। ଓମାନ ନିଜର ଅନ୍ତିମ ଗ୍ରୁପ ମ୍ୟାଚରେ ବାହାରିନଠାରୁ ହାରିବା ପରେ ଭାରତ ଅନ୍ତିମ-୮ରେ ସ୍ଥାନ ପକ୍କା କରିଥିଲା।

ଭାରତ ପୁଲ ପର୍ଯ୍ୟାୟର ପ୍ରାରମ୍ଭିକ ଉଭୟ ମୁକାବିଲାରେ ଇରାନ ଏବଂ ଚୀନ ବିପକ୍ଷରେ ହାରିଥିଲା। ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତୀୟ ଦଳ ପ୍ରାରମ୍ଭିକ ପର୍ଯ୍ୟାୟର ଯୁଗ୍ମ ରାଙ୍କିଙ୍ଗରେ ଅଷ୍ଟମ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପହଂଚିିଥିଲା।

ଭାରତର ପରବର୍ତୀ ମୁକାବିଲା ଆଇଚି-ନାଗୋୟା ଏସିଆଇ ଗେମ୍ସରେ ହେବ, ଯାହାର ଆୟୋଜନ ଜାପାନରେ କରାଯିବ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande