
ଗଞ୍ଜାମ, ୧୧ ସେପ୍ଟେମ୍ବର (ହି.ସ.)- ଶେରଗଡ ସମନ୍ବିତ ଶିଶୁ ବିକାଶ ଯୋଜନା ପକ୍ଷରୁ ଅଂଗନବାଡି କର୍ମୀମାନଙ୍କୁ ସିଡିପିଓ ମମତାଞ୍ଜଳି ପଣ୍ଡାଙ୍କ ତତ୍ତ୍ବାବଧାନରେ ଅଦ୍ୱୀକା ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲ୍ଯବିବାହ ନିରୋଧ, ପୁଅଝିଅଙ୍କ ମଧ୍ୟରେ ସମାନତା ରକ୍ଷା କରିବା ସଂପର୍କରେ ତାଲିମ ପ୍ରଦାନ କରାଯାଇଛି । ଆଗାମୀ ବାରମାସ ପାଇଁ ଅଦ୍ୱୀକାର ବିଭିନ୍ନ କାର୍ଯ୍ୟକ୍ରମ ଖସଡା ଏହି ତାଲିମ କେନ୍ଦ୍ରରେ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ଯକ୍ରମରେ ଦୁଇଟି ପର୍ଯ୍ୟାୟରେ ୬୦ ଜଣ ଅଂଗନବାଡି କର୍ମୀମାନଙ୍କୁ ତାଲିମ ଦିଆସରିଲାଣି । ପୁଣି ତୃତୀୟ ପର୍ଯ୍ୟାୟରେ ଆହୁରି ୩୦ ଜଣ ଅଂଗନବାଡି କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯିବ ।
ପରିଦର୍ଶିକା ଦୀପ୍ତି ରାଣୀ ଧୋବା, ସଂଯୁକ୍ତା ପ୍ରଧାନ ଓ ବାସନ୍ତୀ ଦାସ ତାଲିମ ପ୍ରଦାନ କରିଥିଲେ । ଏଥିରେ ୩୦ ଜଣ ଅଂଗନବାଡି କର୍ମୀଙ୍କ ସମେତ ଆଇ ସି ଡିଏସ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ