ଆୟୁଷ ଡାକ୍ତରଙ୍କ ଵଦଳି ଦାଵି
ଗଞ୍ଜାମ, ୧୧ ସେପ୍ଟେମ୍ବର (ହି.ସ.)- ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଆୟୁଷ (ହୋମିଓ) ଡାକ୍ତର ଦେବାଶିଷ ଶତପଥୀଙ୍କ ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରେ ଲାଗିଛି। ଏହି ଡାକ୍ତର ସ୍ଥାନୀୟ ଜନସାଧାରଣ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ଧରେ ସଦ୍ ଭାବ ରଖୁନଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ
ଆୟୁଷ ଡାକ୍ତରଙ୍କ ଵଦଳି ଦାଵି


ଗଞ୍ଜାମ, ୧୧ ସେପ୍ଟେମ୍ବର (ହି.ସ.)- ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଆୟୁଷ (ହୋମିଓ) ଡାକ୍ତର ଦେବାଶିଷ ଶତପଥୀଙ୍କ ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରେ ଲାଗିଛି। ଏହି ଡାକ୍ତର ସ୍ଥାନୀୟ ଜନସାଧାରଣ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ଧରେ ସଦ୍ ଭାବ ରଖୁନଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେ ନିୟମିତ ଡାକ୍ତରଖାନାକୁ ନଆସି ଦିନେ- ଦୁଇ ଦିନରେ ଥରେ ଆସି ହାଜିରା ପକାଇ ବ୍ରହ୍ମପୁର ଚାଲିଯାଉଛନ୍ତି। ସେ ଜଣେ ହୋମିଓପାଥିକ ଡାକ୍ତର ହୋଇ ମଧ୍ୟ ହୋ଼ମିଓ ପଦ୍ଧତିରେ ଚିକିତ୍ସା ନକରି ବେଆଇନ ଭାବେ ଏଲୋପାଥିକ ଚିକିତ୍ସା କରି ଏଲୋପାଥିକ ଔଷଧ ରୋଗୀଙ୍କୁ ଲେଖି ଦେବାସହ ଇଞ୍ଜେକସନ ଦେବା ଫଳରେ ରୋଗୀଙ୍କ ଅଵସ୍ଥା ସଙ୍ଗୀନ ହୋଇପଡୁଥିବା ଅଭିଯୋଗ ହେଉଛି। ଏଣୁ ତୁରନ୍ତ ସମ୍ପୃକ୍ତ ଆୟୁଷ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ନିକଟରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande