ପଦବୀ ଲାଳସାରେ ଅମର ପଟ୍ଟନାୟକ ଏମଏମଡିଆର ସପକ୍ଷରେ ଯୁକ୍ତି ବାଢୁଛନ୍ତି: ବିଜେଡି
ଭୁବନେଶ୍ବର , 11 ସେପ୍ଟେମ୍ବର (ହି.ସ.) ଏମଏମଡିଆର ସଂଶୋଧନ ଆକ୍ଟ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବୋଲି ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ଦୃଢ଼ ଖଣ୍ଡନ କରିଛି ବିଜୁ ଜନତା ଦଳ । ବିଜେପିରେ ଯୋଗଦେବା ପରେ କୌଣସି ପଦବୀ ପାଇନଥିବାରୁ ହତୋତ୍ସାହି
ପଦବୀ ଲାଳସାରେ ଅମର ପଟ୍ଟନାୟକ ଏମଏମଡିଆର ସପକ୍ଷରେ ଯୁକ୍ତି ବାଢୁଛନ୍ତି: ବିଜେଡି


ଭୁବନେଶ୍ବର , 11 ସେପ୍ଟେମ୍ବର (ହି.ସ.) ଏମଏମଡିଆର ସଂଶୋଧନ ଆକ୍ଟ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବୋଲି ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ଦୃଢ଼ ଖଣ୍ଡନ କରିଛି ବିଜୁ ଜନତା ଦଳ । ବିଜେପିରେ ଯୋଗଦେବା ପରେ କୌଣସି ପଦବୀ ପାଇନଥିବାରୁ ହତୋତ୍ସାହିତ ହୋଇପଡ଼ିଥିବା ଶ୍ରୀ ପଟ୍ଟନାୟକ ପଦବୀ ପାଇବା ଲୋଭରେ ଏଭଳି ଭ୍ରମାତ୍ମକ ଓ ଓଡ଼ିଶା ସ୍ୱାର୍ଥ ବିରୋଧୀ ଯୁକ୍ତି ବାଢୁଛନ୍ତି ବୋଲି ବିଜେଡି କହିଛି ।

ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ଅମର ପଟ୍ଟନାୟକଙ୍କ ଯୁକ୍ତିକୁ ତଥ୍ୟ ଓ ପ୍ରମାଣ ମାଧ୍ୟମରେ ଦୃଢ଼ ଖଣ୍ଡନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଆଡ଼ଭୋକେଟ ଜେନେରାଲ ଶ୍ରୀ ପିତାମ୍ୱର ଆଚାର୍ଯ୍ୟ ପ୍ରତିନିଧିତ୍ୱ କରି ଖଣି ଟିକସର ବକେୟା ବାବଦକୁ ମିଳିବାକୁ ଥିବା ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟ ବୋଲି କହିବା ସହିତ ଏହା ନ ମିଳିଲେ ଓଡିଶା ବ୍ୟାପକ କ୍ଷତି ସହିବ ବୋଲି ଯୁକ୍ତି କରିଥିଲେ । ଶ୍ରୀ ଆଚାର୍ଯ୍ୟଙ୍କ ଏହି ଯୁକ୍ତିର ଭିଡିଓ ସେ ସାମ୍ୱାଦିକ ମାନଙ୍କ ଆଗରେ ପ୍ରଦର୍ଶିତ କରିଥିଲେ । ଏହାଛଡା, ରାଜ୍ୟ ସରକାରଙ୍କ ମୁଖପତ୍ର ଓଡିଶା ରିଭୁ୍ୟରେ ମଧ୍ୟ ବକେୟା ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ମିଳିବାକୁ ଅଛି ବୋଲି କୁହାଯିବା ସହିତ ଖଣି ରାଜସ୍ୱ ବାବଦକୁ ବାର୍ଷିକ ୧୨,୦୦୦ କୋଟି ଟଙ୍କା ମିଳିବ ବୋଲି କୁହାଯାଇଥିଲା । ଆଡ଼ଭୋକେଟ ଜେନେରାଲଙ୍କ ମନ୍ତବ୍ୟ ଓ ଓଡିଶା ରିଭୁ୍ୟରେ ସରକାରଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଠିକ୍ ନା ଅମର ପଟ୍ଟନାୟକଙ୍କ କଥା ଠିକ୍?

ଶାଗ ମାଛ ଦରରେ ପୂର୍ବ ସରକାର ଖଣି ଆବଣ୍ଟନ କରିଥିବା ନେଇ ଅମର ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିଜୁ ଜନତା ଦଳ ସମୟରେ ସ୍ୱଚ୍ଛତାର ସହ ଇ-ନିଲାମ କରି
୮ ଗୁଣ ଖଣି ରାଜସ୍ୱ ବୃଦ୍ଧି ପାଇଥିଲା । ଯେତେବେଳେ ଅନ୍ୟ ବିଜେପି ଶାସିତ ରାଜ୍ୟ ମାନଙ୍କରେ ଏହା ହୋଇପାରି ନଥିଲା । ୨୦୨୦-୨୧ରୁ ୨୦୨୩-୨୪ ମଧ୍ୟରେ କୁ୍ୟମୁଲେଟିଭ୍ ନିଲାମ ପି୍ରମିୟମ ୮୭ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ଆଦାୟ ହୋଇପାରିଥିଲା । ସର୍ବାଧିକ ୧୭୩%ରୁ ଊଦ୍ଧ୍ୱର୍ ମାଇନିଂ ପି୍ରମିୟମ ଖଣି ନିଲାମଧାରୀଙ୍କ ଠାରୁ ଆଦାୟ କରାଯାଇ ପାରିଥିଲା । ବିଜେପିରେ ଯୋଗଦେବା ପରେ ଶ୍ରୀ ପଟ୍ଟନାୟକଙ୍କୁ କୌଣସି ପଦବୀ ମିଳିନଥିବାରୁ ସେ ହତୋତ୍ସାହିତ ହୋଇ ଏଭଳି ରାଜ୍ୟ ସ୍ୱାର୍ଥ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଜଣେ ଦଳ ଡିଅାଁ ନେତା ପଦବୀ ଲୋଭରେ ଦେଇଥିବା ମନ୍ତବ୍ୟ ରାଜ୍ୟର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ବିଲ୍କୁ ସଂସଦରେ ଥିବା ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ ଓଡ଼ିଶାର ସ୍ୱାର୍ଥକୁ ବଳି ଦେଇ ସମର୍ଥନ କରିଛନ୍ତି, ଯାହାକୁ ନେଇ ଓଡ଼ିଶାର ଜନସାଧାରଣଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଲୋକଙ୍କ ରୋଷରୁ ବର୍ତ୍ତିବା ପାଇଁ ବିଜେପି ନେତା ମାନେ ବିଭିନ୍ନ ବିତଣ୍ଡା ଯୁକ୍ତି ବାଢୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande