ସଂଶୋଧିତ ଏମ୍ଏମ୍ଡିଆର୍ ଆଇନକୁ ନେଇ ବିରୋଧୀ ଅପପ୍ରଚାର କରୁଛନ୍ତି: ଅମର ପଟ୍ଟନାୟକ
ରାଜ୍ୟର ଖଣି କ୍ଷେତ୍ରରେ ପାରଦର୍ଶିତା, ଶିଳ୍ପାୟନ ଓ ରୋଜଗାର ବୃଦ୍ଧି ହେବ ଭୁବନେଶ୍ୱର , ୧୧ ସେପ୍ଟେମ୍ବର (ହି.ସ.) ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ-୨୦୨୬କୁ ନେଇ ବିଜେଡି, କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ମିଥ୍ୟା ଓ ଭ୍ରମାତ୍ମକ ପ୍ରଚାର କରୁଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂ
bjp


ରାଜ୍ୟର ଖଣି କ୍ଷେତ୍ରରେ ପାରଦର୍ଶିତା, ଶିଳ୍ପାୟନ ଓ ରୋଜଗାର ବୃଦ୍ଧି ହେବ

ଭୁବନେଶ୍ୱର , ୧୧ ସେପ୍ଟେମ୍ବର (ହି.ସ.) ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ-୨୦୨୬କୁ ନେଇ ବିଜେଡି, କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ମିଥ୍ୟା ଓ ଭ୍ରମାତ୍ମକ ପ୍ରଚାର କରୁଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନୂତନ ଆଇନର ମୂଳ ଲକ୍ଷ୍ୟ ହେଉଛି ଖଣିଜ ସମ୍ପଦର ସୁପରିଚାଳନା, ସ୍ୱଚ୍ଛ ଆବଂଟନ ଓ ଟିକସ ବ୍ୟବସ୍ଥାରେ ସମାନତା ଆଣିବା।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୧୫ ପରେ ଖଣି କ୍ଷେତ୍ରରେ ଇ-ଅକ୍ସନ ଓ ଅନ୍ୟାନ୍ୟ ସଂସ୍କାର ଫଳରେ ଓଡ଼ିଶାର ଖଣି ରାଜସ୍ୱରେ ବ୍ୟାପକ ବୃଦ୍ଧି ଘଟିଛି। ୨୦୧୫ରେ ପ୍ରାୟ ୩,୩୦୦ କୋଟି ଟଙ୍କା ଥିବା ଖଣି ରାଜସ୍ୱ ବର୍ତମାନ ୫୩ ହଜାର କୋଟି ଟଙ୍କାରେ ପହଂଚିଛି। ରାଜ୍ୟର ରୟାଲ୍ଟି ଓ ଡିଏମ୍ଏଫ୍ରେ କୌଣସି କ୍ଷତି ହେବ ନାହିଁ, ବରଂ ଦୀର୍ଘମିଆଦିରେ ରାଜ୍ୟ ଲାଭବାନ ହେବ ବୋଲି ସେ କହିଛନ୍ତି।

ବିରୋଧୀଙ୍କ ରାଜ୍ୟର କ୍ଷମତା ହ୍ରାସ ଓ ସଂଘୀୟ ବ୍ୟବସ୍ଥା ପ୍ରଭାବିତ ହେବା ଅଭିଯୋଗକୁ ସେ ଭ୍ରମାତ୍ମକ ବୋଲି କହିବା ସହ ଶାହା କମିଶନ ରିପୋର୍ଟ ଓ ପୂର୍ବ ସରକାରଙ୍କ ଖଣି ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ନୂତନ ଆଇନ ଦ୍ୱାରା ଓଡ଼ିଶାରେ ଶିଳ୍ପାୟନ ବଢ଼ିବା ସହ ନୂତନ ରୋଜଗାର ଓ ନିବେଶ ସୁଯୋଗ ସୃଷ୍ଟି ହେବ ବୋଲି ସେ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବିଧାୟକ ଶ୍ରୀ ଅଶୋକ ମହାନ୍ତି ଓ ଶ୍ରୀ ଅଗସ୍ତି ବେହେରା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande