
ନୂଆଦିଲ୍ଲୀ, ୧୧ ସେପ୍େଟମ୍ବର (ହି.ସ.)- ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ବ୍ରିକ୍ସ ଏବଂ ଜି-୭ ମଧ୍ୟରେ ଆର୍ôଥକ ପ୍ରଦର୍ଶନର ତୁଳନା କରି ଶୁକ୍ରବାର କହିଛନ୍ତି ଯେ ଗତ ପାଂଚ ବର୍ଷରେ ବିଶ୍ୱର ମୋଟ ଘରୋଇ ଉତ୍ପାଦରେ ବ୍ରିକ୍ସ ଦେଶଗୁଡ଼ିକର ଅଂଶୀଦାରିତ୍ୱ ୪୦ ପ୍ରତିଶତରୁ ଅଧିକ ରହିଛି, ଯେତେବେଳେ କି ଜି-୭ର ଅଂଶୀଦାରିତ୍ୱ ୨୯ ପ୍ରତିଶତ ରହିଛି। ଏହି ସମୟ ମଧ୍ୟରେ ବିଶ୍ୱ ଆର୍ôଥକ ଅଭିବୃଦ୍ଧିରେ ବ୍ରିକ୍ସର ଅବଦାନ ଅଧାରୁ ଅଧିକ ରହିଛି।
ବ୍ରିକ୍ସ ବିଜନେସ ଫୋରମରେ ପୁତିନ କହିଛନ୍ତି ଯେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନେକ ସମୟରେ ପ୍ରତିବନ୍ଧକ, ପରିବହନ ମାର୍ଗରେ ବାଧା ଏବଂ ଅନ୍ୟାନ୍ୟ ଚାପର ରୂପ ନେଉଛି। ଏହା ସତ୍ୱେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟିକ ସହଯୋଗ ଏବଂ ନିବେଶ ବିଶ୍ୱ ଆର୍ôଥକ ସମ୍ପର୍କକୁ ଅଧିକ ମଜବୁତ କରିବାରେ ସହାୟତା କରିପାରେ। ସେ କହିଛନ୍ତି ଯେ ବିଶ୍ୱରେ ଆର୍ôଥକ ଅଭିବୃଦ୍ଧିର ପୁରୁଣା କେନ୍ଦ୍ରଗୁଡ଼ିକର ସ୍ଥାନ ନୂଆ ବିକାଶ କେନ୍ଦ୍ରଗୁଡ଼ିକ ନେଉଛନ୍ତି। ଏହାର ପ୍ରମୁଖ କାରଣ ବ୍ରିକ୍ସ ଦେଶଗୁଡ଼ିକର ବଡ଼ ଜନସଂଖ୍ୟା ଏବଂ ସେମାନଙ୍କର ଗତିଶୀଳ ଘରୋଇ ବଜାର।
ପୁତିନ କହିଛନ୍ତି ଯେ ରୁଷିଆ ଉପରେ ୩୦ ହଜାରରୁ ଅଧିକ ପ୍ରତିବନ୍ଧକ ଲଗାଯାଇଛି। ଏହା ବିଶ୍ୱର ଅନ୍ୟ ସମସ୍ତ ଦେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ମୋଟ ସଂଖ୍ୟାର ପ୍ରାୟ ଦୁଇଗୁଣ। ଏହା ସତ୍ୱେ ରୁଷିଆ ନିଜର ଜାତୀୟ ସାର୍ବଭୌମତ୍ୱକୁ ମଜବୁତ କରିଛି ଏବଂ ବିଶ୍ୱସନୀୟ ସହଯୋଗୀମାନଙ୍କ ସହ ଆର୍ôଥକ ସମ୍ପର୍କ ବଢ଼ାଇଛି। ଗତ ତିନି ବର୍ଷରେ ରୁଷିଆର ଆର୍ôଥକ ଅଭିବୃଦ୍ଧି ବିଶ୍ୱ ହାରାହାରିଠାରୁ ଅଧିକ ରହିଛି।
ରୁଷିଆର ରାଷ୍ଟ୍ରପତିଙ୍କ ଅନୁଯାୟୀ, ୨୦୨୩-୨୪ରେ ରୁଷିଆର ଅର୍ଥନୀତିରେ ୧୦.୩ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା ଏବଂ ବେକାରି ହାର ହ୍ରାସ ପାଇ ରେକର୍ଡ ୨.୩ ପ୍ରତିଶତରେ ପହଂଚିଥିଲା। ସେ କୃତ୍ରିମ ବୁଦ୍ଧିମତା, ସ୍ୱୟଂଶାସିତ ପ୍ରଣାଳୀ, ଡିଜିଟାଲ ପ୍ଲାଟଫର୍ମ ଏବଂ ଆଧୁନିକ ଆର୍ôଥକ ସାଧନ ଭଳି କ୍ଷେତ୍ରରେ ବୈଷୟିକ ପରିବର୍ତନର ମଧ୍ୟ ଉଲ୍ଲେଖ କରିଥିଲେ। ଏଥିରେ ରୁଷିଆର ଘରୋଇ ପ୍ରଯୁକ୍ତି ସହ ବ୍ରିକ୍ସ ସହଯୋଗୀମାନଙ୍କର ସମାଧାନ ମଧ୍ୟ ସାମିଲ ଅଛି।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ