ବ୍ୟାଙ୍କ କର୍ମଚାରୀମାନେ ୨୪ ଘଂଟିଆ ଦେଶବ୍ୟାପୀ ହଡ଼ତାଳ, କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଭାବ
କେନ୍ଦୁଝର, ୧୧ ସେପ୍ଟେମ୍ବର(ହି.ସ.) – ସାରା ଦେଶରେ ବ୍ୟାଙ୍କ ସେବା ଉପରେ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ତ୍ରର ଆହ୍ୱାନରେ ବ୍ୟାଙ୍କ କର୍ମଚାରୀମାନେ ୨୪ ଘଣ୍ଟିଆ ଦେଶବ୍ୟାପୀ ହଡ଼ତାଳକୁ ଓହ୍ଲାଇଛନ୍ତି। ଆଜିର ଏହି ବନ୍ଦରେ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରି ଓ ବ
Bankers strike


କେନ୍ଦୁଝର, ୧୧ ସେପ୍ଟେମ୍ବର(ହି.ସ.) – ସାରା ଦେଶରେ ବ୍ୟାଙ୍କ ସେବା ଉପରେ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ତ୍ରର ଆହ୍ୱାନରେ ବ୍ୟାଙ୍କ କର୍ମଚାରୀମାନେ ୨୪ ଘଣ୍ଟିଆ ଦେଶବ୍ୟାପୀ ହଡ଼ତାଳକୁ ଓହ୍ଲାଇଛନ୍ତି। ଆଜିର ଏହି ବନ୍ଦରେ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରି ଓ ବେସରକରୀ ବ୍ୟାଙ୍କ୍ କର୍ମଚାରି ସାମିଲ ହୋଇଥିବା ବେଳେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାମ୍ନାରେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ହଡ଼ତାଳ ଯୋଗୁଁ ବିଶେଷ କରି ସରକାରୀ ବ୍ୟାଙ୍କର ଶାଖାଗୁଡ଼ିକରେ କାମ ଠପ୍ ହୋଇଛି। ହଡ଼ତାଳ ପରେ ମାସର ଦ୍ୱିତୀୟ ଶନିବାର, ରବିବାର ଏବଂ ଗଣେଶ ଚତୁର୍ଥୀ ଛୁଟି ଥିବାରୁ ଲଗାତାର ୪ ଦିନ ଧରି ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ଏହାର ପ୍ରଭାବ ସାଧାରଣ ଗ୍ରାହକ, ବ୍ୟବସାୟୀ ଏବଂ ଛୋଟ-ବଡ଼ ଶିଳ୍ପ ସଂସ୍ଥା ଉପରେ ପଡ଼ିଛି।

ଅନେକ ବିଚାରାଧୀନ ଦାବି ପାଇଁ ବ୍ୟାଙ୍କ ୟୁନିଅନଗୁଡ଼ିକ ଏହି ଗୋଟିଏ ଦିନର ଧର୍ମଘଟ ଡାକରା ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି ୫ ଦିନିଆ କାର୍ଯ୍ୟ ପ୍ରଣାଳୀ କାର୍ଯ୍ୟକାରୀ କରିବା। ଆଲୋଚନା ସତ୍ୱେ କୌଣସି ଠୋସ୍ ସମାଧାନ ମିଳି ନଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିକ୍ଷୋଭକାରି ପ୍ରକାଶ କରିଛନ୍ତି। ଏହା ଦ୍ୱାରା ସାଧାରଣ ନାଗରିକ ହାଇରଣ କରିବା ଆମର ଯୋଜନା ନାହିଁ କିନ୍ତୁ ସରକାର୍ ଯଥାଶୀଘ୍ର ଦାବୀ ମାନିବା ଆବଶ୍ୟକ ବୋଲି ଶ୍ରମିକ ନେତା ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande