ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସଚେତନତା ଓ କ୍ୱିଜ୍
ସମ୍ବଲପୁର, ୧୧ ସେପ୍ଟେମ୍ବର (ହି.ସ.) – ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ କାର୍ଯ୍ୟାଳୟ ଏବଂ ଉଚ୍ଚତର ଶିକ୍ଷା ନିର୍ଦ୍ଦେଶାଳୟର ମିଳିତ ସହଯୋଗିତାରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ-୨୦୧୬ ସମ୍ବନ୍ଧୀୟ ସଚେତନତା ତଥା କ୍ୱିଜ୍ କାର୍ଯ୍ୟକ୍ରମ ଅ
ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସଚେତନତା ଓ କ୍ୱିଜ୍


ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସଚେତନତା ଓ କ୍ୱିଜ୍


ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସଚେତନତା ଓ କ୍ୱିଜ୍


ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସଚେତନତା ଓ କ୍ୱିଜ୍


ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ସଚେତନତା ଓ କ୍ୱିଜ୍


ସମ୍ବଲପୁର, ୧୧ ସେପ୍ଟେମ୍ବର (ହି.ସ.) – ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ଆଯୁକ୍ତ କାର୍ଯ୍ୟାଳୟ ଏବଂ ଉଚ୍ଚତର ଶିକ୍ଷା ନିର୍ଦ୍ଦେଶାଳୟର ମିଳିତ ସହଯୋଗିତାରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ-୨୦୧୬ ସମ୍ବନ୍ଧୀୟ ସଚେତନତା ତଥା କ୍ୱିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଆଂଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ସକ୍ରିୟ ସହଯୋଗ କରିଥିଲେ। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର ୮ଟି ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ ଓ ଶିକ୍ଷକମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର କଳ୍ପନା ମେହେର ସ୍ୱାଗତ ସଂଭାଷଣ ପ୍ରଦାନ କରି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅଧିକାର ସଂପର୍କରେ ସମସ୍ତ ଛାତ୍ରଛାତ୍ରୀ ସଚେତନ ହେଲେ ଦେଶର ସାମୁହିକ ବିକାଶ ହେବ ବୋଲି କହିଥିଲେ। ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟାଧିକାରୀ ଦେବୀ ପ୍ରସାଦ ବାରିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ବଲପୁର ଆଂଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ମୁରଲୀଧର ମାଝୀ କହିଥିଲେ ଯେ ଓଡ଼ିଶାର ଭିନ୍ନକ୍ଷମ ହାର ଜାତୀୟ ସ୍ତରରୁ ଯଥେଷ୍ଟ ଅଧିକ ଥିବାରୁ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ। ରାଜ୍ୟ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗର କମିଶନର ଭାରତୀ ହରିଚନ୍ଦନ ମାନସିକ ସ୍ତରରେ ସମସ୍ତେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ସମ୍ପର୍କରେ ସଚେତନ ହେବାର ଆବଶ୍ୟକତା ଏବଂ ସମ୍ବେଦନଶୀଳତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହାସହିତ ସେ କହିଥିଲେ ଯେ ଯେଉଁ ବ୍ୟକ୍ତି ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିପାରେ ନାହିଁ ସେ ନିଜେ ମାନସିକ ସ୍ତରରେ ଭିନ୍ନକ୍ଷମ ଅଟେ। ତେଣୁ ସଚେତନତା ହିଁ ସକ୍ଷମ ସମାଜ ଗଢ଼ିବାରେ ସହାୟତା କରିବ। ବିଷୟ ବିଶେଷଜ୍ଞ ଭାବରେ ରାମକିଶୋର ଶର୍ମା ଯୋଗଦାନ କରି ଭିନ୍ନକ୍ଷମ ସମ୍ବନ୍ଧରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ନିୟମ ପ୍ରଣୟନର ସମ୍ୟକ ଇତିହାସ ତଥା ୨୦୧୬ ଅଧିନିୟମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ କ୍ୱିଜ୍ ପ୍ରତିଯୋଗିତା ମଧ୍ୟ ପରିଚାଳନା କରିଥିଲେ। ହୀରାକୁଦ ମହାବିଦ୍ୟାଳୟର ଅଭିଷେକ ସିଂହ ଏବଂ ପ୍ରୀତେଶ କୁମାର ଡାଙ୍ଗୁଆ କ୍ୱିଜ୍ ପ୍ରତିଯୋଗିତାରେ ବିଜେତା ହୋଇ ରାଜ୍ୟସ୍ତରର ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଫେସର ରବୀନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ଯୋଗେଶ ଚନ୍ଦ୍ର ଭୋଇ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ରାଜ୍ୟ ଓ ଜିଲ୍ଲା ସ୍ତରର କର୍ମକର୍ତା କିଶୋର ତ୍ରିପାଠୀ, ମାନସ କୁମାର ସ୍ୱାଇଁ, ରଜନୀ ବହିଦାର, ଭବାନୀ କୁମ୍ଭାର, ମହିଳା ମହାବିଦ୍ୟାଳୟର ପ୍ରଫେସର ପ୍ରଶାନ୍ତ ପ୍ରଧାନ, ସୁଶାନ୍ତ କୁମାର ପଣ୍ଡା, ଅଖିଳ ବିଶ୍ୱାଳ, ସମିତା ଆଚାର୍ଯ୍ୟ, ପବିତ୍ର ମୋହନ ବେହେରା, ସଂଜୟ ପ୍ରସାଦ ପଟ୍ଟନାୟକ, ସୁପ୍ରଭା ରାଣୀ ହୋଇ, ଭାରତୀ ମିଶ୍ର, କେ. ମାଧୁରୀ, ଭୋଜରାଜ ରୋହିଦାସ ପ୍ରମୁଖ କାର?୍ୟ୍ୟକ୍ରମ ସଂପାଦନାରେ ବିଶେଷ ସହାୟତା ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande