
ମାଲକାନଗିରି, ୧୧ ସେପ୍ଟେମ୍ବର (ହି.ସ.)- ୨୦୨୬-୨୭ ଶିକ୍ଷା ବର୍ଷ ର ବିଦ୍ୟାଳୟ ସ୍ତରୀୟ କ୍ରୀଡା ର ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଖଇରପୁଟ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାଲାପାଲି ଠାରେ ଉଦଘାଟିତ ହୋଇଯାଇଛି । ଏହି ଖେଳ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଦୌଡକୁଦ, ଭଲିବଲ ,ଖୋ-କୋ,କବାଡି ଏହି ଭଳି ଆଠ ଗୋଟି ଶୃଙ୍ଖଳାରେ ଖେଳ ଅନୁଷ୍ଠିତ ହେବ। ଉଦଘାଟନୀ ସମରୋହ ବି.ଇ.ଓ ଦିଲ୍ଲୀପ କୁମାର ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ଅତିଥି ରୂପେ ସମାଜସେବୀ ଆନନ୍ଦ ଚାର୍କୀ,ପୋଡ଼ଘାଟ ସରପଞ୍ଚ ଗୁର ମଲଲୀ, ସମିତିସଭ୍ୟ ଶ୍ରୀମତୀ ରାଧିକା କାଲାକୁରା, ଏସ.ଏମ.ସି ଅଧ୍ୟକ୍ଷ ଭକ୍ତ ଚରଣ ପୂଜାରୀ, ଏ.ବି.ଇ.ଓ ସୁନାଧର ବଟେ, ସି.ଆର. ସି.ସି ଡମ୍ବରୁ ସୀସା, ପ୍ରଧାନଶିକ୍ଷିକା ଜୟନ୍ତୀଲତା ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ରହିଥିଲେ । ମୁଖ୍ୟ ଅତିଥି ଙ୍କ ଦ୍ଵାରା କ୍ରୀଡା ଧ୍ଵଜା ଉତ୍ତୋଳନ ସହ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା ।
କାର୍ଯ୍ୟକ୍ରମ ପରିଚାଳନା ବରିଷ୍ଠ ଶିକ୍ଷକ ଦେବରାଜ ସେଠୀ ନିର୍ବାହ କରି ଥିଲେ । ଏହି ବ୍ଲକ ଅଧିନସ୍ଥ ଚାରିଗୋଟି ଜୋନ ରୁ ତିନିଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରୁଥିବା ବେଳେ ବରିଷ୍ଠ କ୍ରୀଡା ଶିକ୍ଷକ ତ୍ରିଲୋଚନ ମିଶ୍ର,ବ୍ଲକ କ୍ରୀଡ଼ା ସଂଯୋଜକ ଗୋପବନ୍ଧୁ ସିଂ, ଉମାକାନ୍ତ ଦାଶ, ଶ୍ୟାମନାରାୟଣ ପାଣ୍ଡେ, ଆରତ ଖେତୀ ପ୍ରମୁଖ ଖେଳ ପରିଚାଳନା କରୁଛନ୍ତି । ସେହିଭଳି ରଘୁନାଥ ନାୟକ,ଫକୀର ପାଣିଗ୍ରାହୀ, ଗୁରୁବନ୍ଧୁ ମାଝୀ, ପ୍ରଦୀପ୍ତ କୁମାର ମହାପାତ୍ର, ସନ୍ତୋଷ ପ୍ରଧାନ, ହିମାଂଶୁ ଶେଖର ପାଢ଼ୀ, ବିଦ୍ୟୁତପ୍ରଭା ପ୍ରଧାନ, କମଳିନୀ ବାଘର, ନୀଳାଦ୍ରି ଦାସ, ଚନ୍ଦ୍ର ଖିଲ, ଦିଲ୍ଲୀପ କୁମାର ସାହୁ, ଭୋଜରାଜ ମେହେର, ଇତିଶ୍ରୀ ସାହୁ, ଗୋଲକ ସାହୁ, ସତୀଶ କୁମାର ଦେବାଙ୍ଗନ ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ଏହି ପର୍ଯ୍ୟାୟରୁ ଚୟନ ହୋଇଥିବା କ୍ରୀଡାବିତ ମାନେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ