
ଗଞ୍ଜାମ,୧୧ ସେପ୍ଟେମ୍ବର (ହିସ) - ନିମାଖଣ୍ଡି ପୋଲିସ ବୋରିଗାଁରେ କୋଠାଘର ବିବାଦକୁ ନେଇ ହୋଇଥିବା ମାଡ଼ ମାରିବା ଓ ହତ୍ୟା ଉଦ୍ୟମ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। କେସ ନମ୍ବର ୨୮୭, ତାରିଖ ୧୦.୦୯.୨୦୨୬, ଧାରା ୧୨୬(୨)/୨୯୬/୧୧୫(୨)/୧୦୯(୧)/୩୫୧(୨)/୩(୫) ବିଏନଏସ। ସେପ୍େଟମ୍ବର ୧୦ରେ ବୋରିଗାଁର କୋଠାଘର (ସାମୁହିକ ଘର) ଘେରାଇବାକୁ ନେଇ ବିବାଦ ହୋଇଥିଲା। ଯୁକ୍ତିତର୍କ ପରେ ବାଲାଜୀ ସାହୁ (୪୦) ଓ ବଳରାମ ସାହୁ (୨୯) କାର୍ତିକ ସାହୁ (୪୧)ଙ୍କୁ ଗାଳିଗୁଲଜ ଓ ଧମକ ଦେଇଥିଲେ। ପରେ ବାଲାଜୀ ସାହୁ ଭଙ୍ଗା ଇଟାରେ କାର୍ତିକଙ୍କ ମୁଣ୍ଡକୁ ପିଟିଥିଲେ, ଫଳରେ ଗୁରୁତର ରକ୍ତସ୍ରାବ ହୋଇଥିଲା।
ଅଭିଯୋଗ ପାଇବା ପରେ ନିମାଖଣ୍ଡି ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ସାକ୍ଷୀମାନଙ୍କୁ ୧୮୦ ବିଏନଏସଏସରେ ପଚରାଉଚରା କରିଥିଲା, ସାଇଂଟିଫିକ ଟିମକୁ ଡକାଇଥିଲା ଓ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିଲା। ପଚରାଉଚରାରେ ଦୁହେଁ ଅପରାଧ ସ୍ୱୀକାର କରିଛନ୍ତି। ଅପରାଧରେ ବ୍ୟବହୃତ ଭଙ୍ଗା ଇଟାଜବତହୋଇଛି। ଦୁଇ ଅଭିଯୁକ୍ତ ବାଲାଜୀ ସାହୁ (୪୦) ଓ ବଳରାମ ସାହୁ (୨୯)ଙ୍କୁ ସେପ୍େଟମ୍ବର ୧୧ ସକାଳ ୧୧ଟା ୩୦ରେ ଗିରଫ କରି ଜେଏମଏଫସି (ରୁରାଲ) ବ୍ରହ୍ମପୁର କୋର୍ଟକୁ ପଠାଯାଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ