ଭାରତର ଆତିଥ୍ୟରେ ବ୍ରିକ୍ସ ଶିଖର ସମ୍ମିଳନୀ ବଦଳୁଥିବା ବିଶ୍ୱ ପରିଦୃଶ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଂଚ- ସୁଧାଂଶୁ ତ୍ରିବେଦୀ
ନୂଆଦିଲ୍ଲୀ, ୧୧ ସେପ୍େଟମ୍ବର (ହି.ସ.)- ଭାରତରେ ଆୟୋଜିତ ହେଉଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରବକ୍ତା ଏବଂ ସାଂସଦ ସୁଧାଂଶୁ ତ୍ରିବେଦୀ ବଦଳୁଥିବା ବିଶ୍ୱ ପରିଦୃଶ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଂଚ ବୋଲି କହିଛନ୍ତି। ତ୍ରିବେଦୀ ଶୁକ୍ରବାର ଏକ ଭିଡିଓ ବାର୍ତ
ଭାରତର ଆତିଥ୍ୟରେ ବ୍ରିକ୍ସ ଶିଖର ସମ୍ମିଳନୀ ବଦଳୁଥିବା ବିଶ୍ୱ ପରିଦୃଶ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଂଚ- ସୁଧାଂଶୁ ତ୍ରିବେଦୀ


ନୂଆଦିଲ୍ଲୀ, ୧୧ ସେପ୍େଟମ୍ବର (ହି.ସ.)- ଭାରତରେ ଆୟୋଜିତ ହେଉଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରବକ୍ତା ଏବଂ ସାଂସଦ ସୁଧାଂଶୁ ତ୍ରିବେଦୀ ବଦଳୁଥିବା ବିଶ୍ୱ ପରିଦୃଶ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଂଚ ବୋଲି କହିଛନ୍ତି। ତ୍ରିବେଦୀ ଶୁକ୍ରବାର ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ ଗତ ୧୨ ବର୍ଷରେ ବ୍ରିକ୍ସରେ ଭାରତର ସ୍ଥିତିରେ ବଡ଼ ପରିବର୍ତନ ଆସିଛି। କେବେ ଗୋଷ୍ଠୀର ଦୁର୍ବଳ ଏବଂ ଗୁରୁତ୍ୱହୀନ କଡ଼ି ବୋଲି ବିବେଚିତ ହେଉଥିବା ଭାରତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବ୍ରିକ୍ସର ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ କଡ଼ିଗୁଡ଼ିକ ମଧ୍ୟରେ ସାମିଲ ଅଛି।

ତ୍ରିବେଦୀ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ଅଂଚଳରେ ଲଗାତାର ଯୁଦ୍ଧ ଏବଂ ସଂଘର୍ଷ ଚାଲିଛି। ଏପରି ସମୟରେ ବ୍ରିକ୍ସ ଭଳି ବିଶ୍ୱସ୍ତରୀୟ ମଂଚର ପ୍ରାସଙ୍ଗିକତା ଆହୁରି ବଢ଼ିଯାଏ। ଭାରତ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରିବା ଦେଶ ପାଇଁ ଗର୍ବର ବିଷୟ। ବ୍ରିକ୍ସରେ ସାମିଲ ଦେଶଗୁଡ଼ିକ ବିଶ୍ୱର ପ୍ରାୟ ୫୦ ପ୍ରତିଶତ ଜନସଂଖ୍ୟା ଏବଂ ପ୍ରାୟ ୪୦ ପ୍ରତିଶତ ବିଶ୍ୱ ଜିଡିପିର ପ୍ରତିନିଧିତ୍ୱ କରନ୍ତି। ଏପରି ସ୍ଥିତିରେ ଏହି ମଂଚରେ ହେବାକୁ ଥିବା ଆଲୋଚନା ଏବଂ ନିଆଯିବାକୁ ଥିବା ନିଷ୍ପତିର ବିଶ୍ୱସ୍ତରରେ ବ୍ୟାପକ ପ୍ରଭାବ ପଡ଼ିପାରେ।

ବିଜେପି ପ୍ରବକ୍ତା ତ୍ରିବେଦୀଙ୍କ ଅନୁସାରେ, ସମ୍ମିଳନୀରେ ଆର୍ôଥକ ବିକାଶ ଏବଂ ବ୍ୟବସାୟିକ ସୁଯୋଗ ସହିତ କୃଷି, ଜେନେଟିକ୍ସ, ସ୍ୱାସ୍ଥ୍ୟ ଏବଂ ପରିବେଶ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହେବାର ଆଶା ରହିଛି। ସେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ବର୍ତମାନର ବିଶ୍ୱ ପରିସ୍ଥିତି ମଧ୍ୟରେ ଭାରତର ଆତିଥ୍ୟରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ସକାରାତ୍ମକ ଏବଂ ପ୍ରଭାବଶାଳୀ ଭୂମିକା ନିଭାଇବ।

---------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande