ଦିଲ୍ଲୀ ହାଇକୋର୍ଟକୁ ୮ ଜଣ ନୂଆ ବିଚାରପତି, ସୁପ୍ରିମକୋର୍ଟ କଲେଜିୟମ କଲା ସୁପାରିଶ
ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ହି.ସ.) - ଦିଲ୍ଲୀ ହାଇକୋର୍ଟକୁ ୮ ଜଣ ନୂଆ ବିଚାରପତି ମିଳିବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଏହି ବିଚାରପତିମାନଙ୍କ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ।ସୁପ୍ରିମକୋର୍ଟ କଲେଜିୟମ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍
ଦିଲ୍ଲୀ ହାଇକୋର୍ଟକୁ ୮ ଜଣ ନୂଆ ବିଚାରପତି, ସୁପ୍ରିମକୋର୍ଟ କଲେଜିୟମ କଲା ସୁପାରିଶ


ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର (ହି.ସ.) - ଦିଲ୍ଲୀ ହାଇକୋର୍ଟକୁ ୮ ଜଣ ନୂଆ ବିଚାରପତି ମିଳିବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଏହି ବିଚାରପତିମାନଙ୍କ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ।ସୁପ୍ରିମକୋର୍ଟ କଲେଜିୟମ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ତିନି ଜଣ ମହିଳା ନ୍ୟାୟିକ ଅଧିକାରୀଙ୍କ ନାମ ସୁପାରିଶ କରିଛି। କଲେଜିୟମ ଗୁରୁବିନ୍ଦର ପାଲ୍ ସିଂହ, ନିବେଦିତା ଅନୀଲ ଶର୍ମା, ନିଶା ସହାୟ ଶର୍ମା, ସଞ୍ଜୟ ଶର୍ମା-୧, ଭରତ ପରାଶର, ଡକ୍ଟର ଅଦିତି ଚୌଧୁରୀ, ଦୀନେଶ ଭଟ୍ଟ ଏବଂ ଅରୁଣ ଭରଦ୍ୱାଜଙ୍କ ନାମ ସୁପାରିଶ କରିଛନ୍ତି।

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ବିଚାରପତିମାନଙ୍କ ମୋଟ ଅନୁମୋଦିତ କ୍ଷମତା ହେଉଛି ୬୦ ଜଣ। ବର୍ତମାନ ଦିଲ୍ଲୀ ହାଇକୋର୍ଟରେ ୪୪ ଜଣ ବିଚାରପତି ଅଛନ୍ତି। ଯଦି କେନ୍ଦ୍ର ସରକାର ଏହି ଆଠ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରନ୍ତି, ତେବେ ଦିଲ୍ଲୀ ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୫୨ ହେବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande