
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ’ ଆନୁକୂଲ୍ୟରେ ‘ମହିଳାମାନଙ୍କ ନ୍ୟାୟିକ ଅଧିକାର’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ବାସନ୍ତୀ ଶୁକ୍ଳା ପୌରୋହିତ୍ୟ କରି ଶକ୍ତିଶ୍ରୀ ସଶକ୍ତିକରଣ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରିଥିଲେ। ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ ମହିଳାମାନଙ୍କ ନ୍ୟାୟିକ ଅଧିକାରର ବ୍ୟବହାର ଓ ଅପବ୍ୟବହାର ନିମିତ ଦଣ୍ଡବିଧାନାଦି ସମ୍ପର୍କରେ ଆଲୋଚନା କରିଥିଲାବେଳେ ଅଧ୍ୟାପିକା ଡ଼ ପଦ୍ମଜା କବି ଶତପଥୀ ମହିଳାମାନଙ୍କ ପାଇଁ ଥିବା ନ୍ୟାୟିକ ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ‘ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ’ର ସହ ସଂଯୋଜିକା ବନସ୍ମିତା ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ସଂଯୋଜିକା ଡ଼. ଭାରତୀ କୁମାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ ୨୦୦ରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି