ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ, ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ୍. ଆର୍.ଆୟାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ(ରାଜସ୍ୱ)ଙ୍କ ସଂଯୋଜନାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ରାଜସ୍ୱ ସମ
ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ, ବନ୍ୟା ପୀଡିତଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ।


କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ୍. ଆର୍.ଆୟାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ(ରାଜସ୍ୱ)ଙ୍କ ସଂଯୋଜନାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ରାଜସ୍ୱ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲା ଖଣି ଅଧିକାରୀ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ରହି ସମୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ଏହି ସମୀକ୍ଷା ବୈଠକରେ ଆଳି, କନିକା, ପଟ୍ଟାମୁଣ୍ଡାଇ, ରାଜନଗର, ଡେରାବିଶ ପ୍ରମୁଖ ତହସିଲ୍ଗୁଡ଼ିକରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଓ ଘର ଭାଙ୍ଗିଯାଇଥିବା ହିତାଧିକାରୀମାନଙ୍କୁ ତୁରନ୍ତ ଆକଳନ କରି ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ସମ୍ପୃକ୍ତ ଅଂଚଳର ତହସିଲଦାରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ବୈଠକରେ ଖଣିଚୋରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାଲି ମାଟି ଇତ୍ୟାଦି ଚୋରା ଉଠାଇ ନେଉଥିବା ଗାଡ଼ି ଓ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନ୍ସସୁଗାର ବିକ୍ରି ବଢୁଥିବାରୁ ଅବକାରୀ ଅଧିକ୍ଷକଙ୍କୁ ଚୋରା ବ୍ୟବସାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆଲୋଚନା କରାଯାଇଛି। ଏଥିସହିତ ବେଆଇନ୍ ଭାବେ ବାଲି ନେଇ ଯାଉଥିବା(ଟିପି ନଥିବା) ଗାଡ଼ିଗୁଡ଼ିକୁ ଜବତ କରି ଜୋରିମାନା ଆଦାୟ କରିବା, ଦିନବେଳା ବାଲି, ଗୋଡ଼ି ଆଦି ବଡ଼ ଗାଡ଼ିଗୁଡ଼ିକୁ ସହର ଭିତରେ ପ୍ରବେଶ କରୁଥିବା ଦେଖିବାକୁ ପାଇଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ସହିତ ଗାଡ଼ିକୁ ଜବତ କରିବା ପାଇଁ ତହସିଲଦାର ଓ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ତହସିଲ୍ଗୁଡ଼ିକରେ ପଡ଼ି ରହିଥିବା ରାଜସ୍ୱ କାର୍ଯ୍ୟଗୁଡ଼ିକୁ ତୁରନ୍ତ ସମାଧାନ କରି ଜନସାଧାରଣଙ୍କ କାମରେ ଲଗାଇବା ପାଇଁ ଜିଲ୍ଲାପାଳ ତହସିଲଦାରମାନଙ୍କୁ ଉପଦେଶ ଦେଇଛନ୍ତି। ତହସିଲ୍ମାନଙ୍କରେ ବନ୍ଦୋବସ୍ତ, ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ ଆଦି ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଶ୍ରୀ ଆଇ.ଆର୍ ତହସିଲଦାରମାନଙ୍କୁ ସମୟସୀମା ମଧ୍ୟରେ ସବୁ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବା ପାଇଁ କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande