
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲାର ଜଣାଶୁଣା ସାହିତ୍ୟିକ ପ୍ରଫେସର ଡକ୍ଟର ସର୍ବେଶ୍ୱର ସେଣ ଗୋକର୍ଣ୍ଣିକା ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ସମ୍ମାନ-୨୦୨୬ରେ ସମ୍ମାନୀତ ହୋଇଛନ୍ତି। ଯାଜପୁର ଜିଲ୍ଲାର ଜାରକା ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ ଆନୁକୂଲ୍ୟରେ ଡକ୍ଟର ଗୌତମ ଲେଙ୍କାଙ୍କ ସଭାପତିତ୍ୱରେ ଉତ୍କଳ ଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୬୪ ତମ ଜୟନ୍ତୀ ଉତ୍ସବରେ ଡକ୍ଟର ବସନ୍ତ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସାହିତ୍ୟ ଏକାଡେମୀର ସହ ସମ୍ପାଦକ ସଂଜୟ କୁମାର ଛୁଆଳସିଂ, ସମ୍ମାନୀତ ଅତିଥି ଡକ୍ଟର ବିରଂଚି କୁମାର ସାହୁ, ମୁଖ୍ୟବକ୍ତା ଭାବେ ଡକ୍ଟର ରାଜକିଶୋର ପାଢ଼ି, ବିଶିଷ୍ଟ ଅତିଥି, ଅନୁଷ୍ଠାନର ସମ୍ପାଦକ ରବିନ୍ଦ୍ର ବିହାରୀ, ପ୍ରତିଷ୍ଠାତା ସଭାପତି ରମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ପ୍ରାବନ୍ଧିକ ଡକ୍ଟର ସର୍ବେଶ୍ୱର ସେଣଙ୍କୁ ମର୍ଯ୍ୟାଦା ଜନକ ଗୋକର୍ଣ୍ଣିକା ପ୍ରବନ୍ଧ ସମାଲୋଚନା ସାହିତ୍ୟ ସମ୍ମାନ-୨୦୨୬ ପ୍ରଦାନ ପୂର୍ବକ ମାନପତ୍ର, ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି