ମହିଳା ସ୍ବାସ୍ଥ୍ୟ ପରିଦର୍ଶିକାଙ୍କ ଚାକିରି ପିତଳରେ ରହଣୀ ହିଞ୍ଜିଳିକାଟୁରେ
ଗଞ୍ଜାମ, ୧୧ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ର ପିତଳ ପାଇଁ ନିଯୁକ୍ତି ପାଇଥିଵା ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ପିତଳରେ ନରହି ହିଞ୍ଜିଳିକାଟୁ ବ୍ଲକ୍ ର ହିଞ୍ଜିଳିକାଟୁ ସହରରେ ରହି ଘରୋଇ ଚିକିତ୍ସା ଚଳାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ପିତଳ ଅଞ୍ଚଳରେ ଶିଶୁ ଓ ମହିଳାମାନେ ସ
ମହିଳା ସ୍ବାସ୍ଥ୍ୟ ପରିଦର୍ଶିକାଙ୍କ ଚାକିରି ପିତଳରେ ରହଣୀ ହିଞ୍ଜିଳିକାଟୁରେ


ଗଞ୍ଜାମ, ୧୧ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ର ପିତଳ ପାଇଁ ନିଯୁକ୍ତି ପାଇଥିଵା ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ପିତଳରେ ନରହି ହିଞ୍ଜିଳିକାଟୁ ବ୍ଲକ୍ ର ହିଞ୍ଜିଳିକାଟୁ ସହରରେ ରହି ଘରୋଇ ଚିକିତ୍ସା ଚଳାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ପିତଳ ଅଞ୍ଚଳରେ ଶିଶୁ ଓ ମହିଳାମାନେ ସ୍ବାସ୍ଥ୍ୟ ସେବା ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି। ସପ୍ତାହରେ ଦୁଇ ଦିନ ପିତଳ ଆସି ମାସ ଯାକ କାମ କଲା ଭଳି ଦର୍ଶାଇ ମାସିକ ହଜାର ହଜାର ଟଙ୍କା ଦରମା ଆକାରରେ ରାଜକୋଷରୁ ଲୁଟୁଥିବା ଜଣାପଡିଛି। ତୁରନ୍ତ ଗଞ୍ଜାମ ଜିଲ୍ଲା ସିଡିଏମଓ ଅଚାନକ ପିତଳ ଆସି ଘଟଣାର ତଦନ୍ତ କରି ସଂପୃକ୍ତ ପରିଦର୍ଶିକାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଘଟଣା ସମ୍ପର୍କରେ ଓଡିଶା ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande