ସପ୍ତପୁରି ଅମାବାସ୍ୟାରେ ବଳଦେବଜୀଉଙ୍କ ପାଖରେ ଲାଗି ହେଲା ସାତ ପୁରୀ
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ତୁଳସୀ କ୍ଷେତ୍ରରେ ସପ୍ତପୁରୀ ଅମାବାସ୍ୟା ପାଳନ ଆଜି ପବିତ୍ର ସପ୍ତପୂରି ଅମାବାସ୍ୟାରେ ପ୍ରଭୁ ବଳଦେବ ଜୀଉଙ୍କ ପାଖରେ ସାତ ପୁରୀ ଭୋଗ ଲାଗି କରାଯାଇଥିଲା ଏବଂ ଅମାବାସ୍ୟାର ସମସ୍ତ ରୀତି ନୀତି ପାଳନ କରାଯାଇଛି ଏହି ଭୋଗର ବିଶେଷତ୍ୱ ହେଉଛି ଗୁଡ଼ିଆ ବ୍ରାହ୍ମଣ ପା
ସପ୍ତପୁରି ଅମାବାସ୍ୟା ରେ ବଳଦେବଜୀଉଙ୍କ ପାଖ ରେ ଲାଗି ହେଲା ସାତ ପୁରୀ


କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ତୁଳସୀ କ୍ଷେତ୍ରରେ ସପ୍ତପୁରୀ ଅମାବାସ୍ୟା ପାଳନ ଆଜି ପବିତ୍ର ସପ୍ତପୂରି ଅମାବାସ୍ୟାରେ ପ୍ରଭୁ ବଳଦେବ ଜୀଉଙ୍କ ପାଖରେ ସାତ ପୁରୀ ଭୋଗ ଲାଗି କରାଯାଇଥିଲା ଏବଂ ଅମାବାସ୍ୟାର ସମସ୍ତ ରୀତି ନୀତି ପାଳନ କରାଯାଇଛି ଏହି ଭୋଗର ବିଶେଷତ୍ୱ ହେଉଛି ଗୁଡ଼ିଆ ବ୍ରାହ୍ମଣ ପାଳି ଘରେ ଚର୍ଚ୍ଚେଇତ ଏବଂ ବଡ଼ପଣ୍ଡାଙ୍କ ତତ୍ୱାବଧାନରେ ଗହମ ଅଟା ମଇଦା ଖସା ଛେନା ନଡିଆ ଗୁଡ଼ ଦେଶୀ ଘିଅରେ ଗୁଡ଼ିଆ ବ୍ରାହ୍ମଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବଡ଼ ସାଇତି ସେବକଙ୍କ ଦ୍ୱାରା ରୌପ୍ୟ ପାତ୍ରରେ ଶ୍ରୀଜୀଉଙ୍କ ଛାମୁରେ ପରସା ଜାଇ ପୂଜା ପଣ୍ଡାଙ୍କ ଦ୍ୱାରା ନୈବେଦ୍ୟ ଅର୍ପଣ କରାଯାଏ ଭୋଗ ସମ୍ପନ୍ନ ପରେ ପାର୍ଶ୍ୱ ଦେବଦେବୀଙ୍କ ପାଖରେ ଭୋଗ କରାଯାଇ ଥାଏ ପରେ ସେବାରେ ନିୟୋଜିତ ସମସ୍ତ ସେବକ ଭକ୍ତଙ୍କୁ ବଂଟନ କରାଯାଇଥାଏ ମହାପ୍ରଭୁଙ୍କ ସମସ୍ତ ଜାନି ଯାତ୍ରା ବହୁ ନିଷ୍ଠାପର ସହ ପାଳନ କରାଯାଏ ଓ ସମସ୍ତ ପର୍ବ ପର୍ବାଣୀକୁ ମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଥାଏ ବୋଲି ପ୍ରଶାସନିକ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande