ପିଏସ୍କେ କମ୍ପାନୀ ନିର୍ଦ୍ଦେଶକଙ୍କ ଜାତୀୟ ରାଜପଥ ପରିଦର୍ଶନ ଓ ସମୀକ୍ଷା
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ଜାତୀୟ ରାଜପଥ ଚଣ୍ଡିଖୋଲ-ପାରାଦୀପର ରାସ୍ତା ପ୍ରଶସ୍ତୀକରଣ କରିଥିବା ପିଏସ୍କେ କମ୍ପାନୀର ନିର୍ଦ୍ଦେଶକ କୁଟା ସୁଧାକର ଚଣ୍ଡିଖୋଲ ଠାରୁ ଗୋପଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ପରିଦର୍ଶନ କରିବା ସହ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା ଓ ପୋଲ ଦେଖିବା ସହିତ ସମୀକ
ପିଏସ୍କେ କମ୍ପାନୀ ନିର୍ଦ୍ଦେଶକଙ୍କ ଜାତୀୟ ରାଜପଥ ପରିଦର୍ଶନ ଓ ସମୀକ୍ଷା ।


କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ଜାତୀୟ ରାଜପଥ ଚଣ୍ଡିଖୋଲ-ପାରାଦୀପର ରାସ୍ତା ପ୍ରଶସ୍ତୀକରଣ କରିଥିବା ପିଏସ୍କେ କମ୍ପାନୀର ନିର୍ଦ୍ଦେଶକ କୁଟା ସୁଧାକର ଚଣ୍ଡିଖୋଲ ଠାରୁ ଗୋପଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ପରିଦର୍ଶନ କରିବା ସହ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା ଓ ପୋଲ ଦେଖିବା ସହିତ ସମୀକ୍ଷା କରିଥିଲେ। ବିଭିନ୍ନ ସ୍ଥାନରେ ପୋଲ ଓ ରାସ୍ତାଗୁଡ଼ିକୁ ଦେଖି ଉପସ୍ଥିତ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ରାସ୍ତା ଏବଂ ପୋଲ ମଜବୁତ୍ ଓ ସୁନ୍ଦର ହୋଇଥିବାରୁ ନିର୍ଦ୍ଦେଶକ ଶ୍ରୀ ସୁଧାକର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ଆୟୋଜିତ ଏହି ସମୀକ୍ଷାରେ ଏରିଆ ପରିଚାଳକ କୁଟା ରମଣିଆ, ସଂଯୋଜକ ଡି. ରାଜ୍ ଶେଖର, ଲିଆସିନିଙ୍ଗ୍ ଅଧିକାରୀ ଚିତରଂଜନ ସାମଲଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande