ଲଗାଣ ବର୍ଷାରେ ବୁଡ଼ିଲା ପୋଟେରୁ ବ୍ରିଜ୍, ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍
ମାଲକାନଗିର, ୧୧ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨
ଲଗାଣ ବର୍ଷାରେ ବୁଡ଼ିଲା ପୋଟେରୁ ବ୍ରିଜ୍, ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍,


ମାଲକାନଗିର, ୧୧ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ବ୍ରିଜ୍ ଉପରେ ପ୍ରାୟ ଏକ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରିଜ୍ର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜିଲ୍ଲା ପ୍ରଶାସନର ବର୍ଷାପାତ ତଥ୍ୟ ଅନୁଯାୟୀ, ୧୦ ତାରିଖ ସକାଳ ୮ଟାରୁ ୧୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୫୨୪.୮ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷାପାତ ୭୪.୯୭ ମିଲିମିଟର ରହିଛି। ଏହି ସମୟରେ ମାଲକାନଗିରିରେ ୧୨୨.୬, ମାଥିଲିରେ ୧୧୦, କୋରୁକୋଣ୍ଡାରେ ୯୪, ଖଇରପୁଟରେ ୮୨, ଚିତ୍ରକୋଣ୍ଡାରେ ୬୯, କାଲିମେଳାରେ ୩୫ ଓ ପଡ଼ିଆରେ ୧୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍ଭି-୯୦, ଏମ୍ଭି-୭, ଏମ୍ଭି-୯୬, ମହାରାଜପାଲ୍ଲୀ ଓ ପାଙ୍ଗାମ୍ ବ୍ରିଜ୍ ନିକଟରେ ଦୀର୍ଘଦିନ ଧରି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ଚାଲୁ ରହିଛି। ଲଗାଣ ବର୍ଷା ସମୟରେ ଏହି ସ୍ଥାନଗୁଡ଼ିକରେ ଯାତାୟାତ ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ପଂଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande