
ଗଞ୍ଜାମ, ୧୧ ସେପ୍ଟେମ୍ବର (ହି.ସ.) - ବଡ଼ବଜାର ଥାନା ପୋଲିସ ୨୪ ଘଂଟା ମଧ୍ୟରେ ରାତି ଘର ଭାଙ୍ଗି ଚୋରି ମାମଲାର ପର୍ଦ୍ଦାଫାଶ କରିଛି। କେସ ନମ୍ବର ୬୭୬, ତାରିଖ ୧୦.୦୯.୨୦୨୬, ଧାରା ୩୩୧(୪)/୩୦୫(ଏ) ବିଏନଏସ।
ସେପ୍ଟେମ୍ବର ୧୦ରେ ପ୍ରେମ ନଗର ସପ୍ତମ ଲେନ ନିକଟ ବେଦସ ଆପାର୍ଟମେଂଟର ସନ୍ତୋଷ ବେହେରା ଅଭିଯୋଗ କରିଥିଲେ ଯେ ୯ ତାରିଖ ରାତିରେ ପରିବାର ଶୋଇଥିବା ବେଳେ ଦୁର୍ବୃତ ଘରେ ପଶି ରୂପା ଅଳଙ୍କାର, ନଗଦ ଟଙ୍କା ଓ ମୋବାଇଲ ଚୋରି କରିଛି।
ଆଇଆଇସି ନିର୍ଦ୍ଦେଶରେ ଏଏସଆଇ ସୁନୀଲ କୁମାର ପରିଡ଼ା ତଦନ୍ତ କରିଥିଲେ। ସିସିଟିଭି ଫୁଟେଜରୁ ଅଭିଯୁକ୍ତର ଆସିବା ଯିବା ସ୍ପଷ୍ଟ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ସେପ୍ଟେମ୍ବର ୧୧ରେ ୧୭ ବର୍ଷୀୟ ନାବାଳକକୁ ଅଟକ ରଖାଯାଇଛି। ତିନିଟି ରୂପା ଚେନ, ଦୁଇଟି ରୂପା ପାଉଁଜି, ରୋଲଡ ଗୋଲ୍ଡ ଅଳଙ୍କାର ଓ ଚୋରି ସମୟରେ ପିନ୍ଧିଥିବା କଳା କଟନ ଜ୍ୟାକେଟଜ୍ୱତହୋଇଛି। ନାବାଳକକୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ପୂର୍ବରୁ ବଡ଼ବଜାର ଓ ଟାଉନ ଥାନାରେ ତା ନାଁରେ ଅନେକ ମାମଲା ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ