ରାଜ୍ୟ ଗାଁ ସାଥୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ରାଜ୍ୟ ଗାଁ ସାଥୀ(ମେଟ୍) ମଜଦୁର୍ ସଂଘ କେନ୍ଦ୍ରାପଡ଼ା ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦୁଇଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ଗାଁ ସାଥୀ(ମେଟ୍) ମଜଦୁର୍ ସଂଘ କେନ୍ଦ୍ରାପଡ଼ା ସଭାପତିଙ୍କ ନେତୃତ୍ୱରେ ଶତାଧିକ ଗାଁ ସାଥୀ
ରାଜ୍ୟ ଗାଁ ସାଥୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।


କେନ୍ଦ୍ରାପଡ଼ା, ୧୧ ସେପ୍ଟେମ୍ବର(ହି.ସ.) – ରାଜ୍ୟ ଗାଁ ସାଥୀ(ମେଟ୍) ମଜଦୁର୍ ସଂଘ କେନ୍ଦ୍ରାପଡ଼ା ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦୁଇଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ଗାଁ ସାଥୀ(ମେଟ୍) ମଜଦୁର୍ ସଂଘ କେନ୍ଦ୍ରାପଡ଼ା ସଭାପତିଙ୍କ ନେତୃତ୍ୱରେ ଶତାଧିକ ଗାଁ ସାଥୀ ଜିଲ୍ଲାପାଳଙ୍କୁ ଭେଟି ୨୦୦୮ ମସିହାରୁ ନିଯୁକ୍ତି ପାଇଥିବା ଆମ ଗାଁ ସାଥୀ(ମେଟ୍)ମାନଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ଦରମା ପ୍ରଦାନ କରିବା ସହିତ ସାମାଜିକ ସୁରକ୍ଷାର ସୁବ୍ୟବସ୍ଥା କରାଯାଉ। ୨୦୦୮ ମସିହାରୁ ନିଯୁକ୍ତି ପାଇଥିବା ଆମ ଗାଁ ସାଥୀ(ମେଟ୍)ମାନଙ୍କୁ ବ୍ଲକ କ୍ୟାଡର୍ ଭୁକ୍ତ କରିବା ସହିତ ଦୀର୍ଘଦିନ ଧରି ବକେୟା ଥିବା ସେମି ସ୍କୁଲ୍ ପେମେଂଟ ତୁରନ୍ତ ପ୍ରଦାନ କରାଯାଉ ଆଦି ଦାବିଗୁଡ଼ିକ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ଅନନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ନିର୍ମଳ ଚନ୍ଦ୍ର ପାତ୍ରଙ୍କ ସହିତ ରବିନ୍ଦ୍ର କୁମାର ରାଉତ, ପ୍ରମୋଦ କୁମାର ଚୈାଧୁରୀ, କବିତା ଓଝା, ବିଚିତ୍ର କୁମାର, ନରହରି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande