ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ
ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.)- ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବିଷ୍ଣୁପୁର ୧୬ ନଂ ଜାତୀୟ ରାଜପଥରେ ଶୁକ୍ରବାର ପୂର୍ବାହ୍ନରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କେନ୍ଦୁଆପଦା-ଗଣ୍ଡଗରା ଅଂଚଳର ଅଶୋକ କୁମାର ସେଠୀ ( ୪୫) କୌଣସି କାମରେ ନିଜ ମୋଟର ସ
ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ


ଭଦ୍ରକ, ୧୧ ସେପ୍ଟେମ୍ବର (ହି.ସ.)- ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବିଷ୍ଣୁପୁର ୧୬ ନଂ ଜାତୀୟ ରାଜପଥରେ ଶୁକ୍ରବାର ପୂର୍ବାହ୍ନରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, କେନ୍ଦୁଆପଦା-ଗଣ୍ଡଗରା ଅଂଚଳର ଅଶୋକ କୁମାର ସେଠୀ ( ୪୫) କୌଣସି କାମରେ ନିଜ ମୋଟର ସାଇକେଲ ଯୋଗେ ପୂର୍ବାହ୍ନରେ ଭଦ୍ରକ ଯାଉଥିଲେ । ୧୬ ନଂ ଜାତୀୟ ରାଜପଥ ବିଷ୍ଣୁପୁର ଛକ ଓଭର ବ୍ରିଜ୍ ବାଇପାସ୍ ନିକଟରେ ପଛ ପଟରୁ ଆସୁଥିବା ଏକ ୧୬ ଚକିଆ ବଡ଼ ଟ୍ରକ୍ ନଂ (ଓଡି ୩୪ ଭି ୬୦୭୦) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଜଣକ ଟ୍ରକ୍ ଚକାତଳେ ଚାପି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହେବା ସହ ଟ୍ରକ୍ ଟିକୁ ଅଟକାଇ ରଖିଥିଲେ । ସୂଚନା ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ କୁ ଜବତ କରିଛି । ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳା ଯୋଗୁ ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande