ବର୍ଷାରେ ଦୁଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ
ମାଲକାନଗିରି,୧୧ ସେପ୍ଟେମ୍ବର (ହି.ସ.) - ଲଗାଣ ବର୍ଷା ମଧ୍ୟରେ ଜିଲ୍ଲାର ଦୁଇଟି ଭିନ୍ନ ସ୍ଥାନରେ ଦୁଇ କାର୍ ଦୁର୍ଘଟଣା ଘଟିଛି। ସିନ୍ଧ୍ରିମାଳ ନିକଟରେ ଏକ ସ୍ୱିଫ୍ଟ ଡିଜାୟାର୍କୁ ଟ୍ରକ୍ ଧକ୍କା ଦେଇ ଚମ୍ପଟ ମାରିଥିଲା। କାରରେ ଥିବା ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡ଼ିଟି ଭାରି କ୍ଷତିଗ୍ରସ୍ତ ହୋ
ବର୍ଷାରେ ଦୁଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ


ମାଲକାନଗିରି,୧୧ ସେପ୍ଟେମ୍ବର (ହି.ସ.) - ଲଗାଣ ବର୍ଷା ମଧ୍ୟରେ ଜିଲ୍ଲାର ଦୁଇଟି ଭିନ୍ନ ସ୍ଥାନରେ ଦୁଇ କାର୍ ଦୁର୍ଘଟଣା ଘଟିଛି। ସିନ୍ଧ୍ରିମାଳ ନିକଟରେ ଏକ ସ୍ୱିଫ୍ଟ ଡିଜାୟାର୍କୁ ଟ୍ରକ୍ ଧକ୍କା ଦେଇ ଚମ୍ପଟ ମାରିଥିଲା। କାରରେ ଥିବା ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡ଼ିଟି ଭାରି କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପଟେ, ମାଲକାନଗିରି-ଜୟପୁର ରାସ୍ତାରେ ଏକ ଟାଟା ସିଏରା ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଇଥିଲା। କାର୍ଟି ଭାଙ୍ଗି ଚୁରମାର୍ ହୋଇଥିଲେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ବର୍ଷା ସମୟରେ ଯାନବାହନ ଚଳାଚଳ ବେଳେ ସତର୍କତା ଓ ନିୟନ୍ତ୍ରିତ ବେଗ ଅବଲମ୍ବନ ପାଇଁ ସଚେତନ ମହଲ ପରାମର୍ଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande