ଡବ୍ଲ୍ୟୁଏସପିଏସ ବିଶ୍ୱ ଚାମ୍ପିୟନଶିପ: ସୃଷ୍ଟି ଅରୋରା ଏବଂ ମନୀଷ ନରୱାଲ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳରେ ଜିତିଲେ କାଂସ୍ୟ
ଚାଙ୍ଗୱନ, ୧୧ ସେପ୍େଟମ୍ବର (ହି.ସ.)- ଭାରତୀୟ ଯୋଡ଼ି ସୃଷ୍ଟି ଅରୋରା ଏବଂ ପ୍ୟାରିସ ପାରାଲିମ୍ପିକର ପଦକ ବିଜେତା ମନୀଷ ନରୱାଲ ଶୁକ୍ରବାର ଚାଙ୍ଗୱନରେ ଚାଲିଥିବା ଡବ୍ଲ୍ୟୁଏସପିଏସ ବିଶ୍ୱ ଚାମ୍ପିୟନଶିପରେ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ପ୍ରତିଯୋଗିତାର କାଂସ୍ୟ ପଦକ ଜିତିଛନ୍ତି। ଫାଇନାଲରେ ସୃଷ୍ଟ
ଡବ୍ଲ୍ୟୁଏସପିଏସ ବିଶ୍ୱ ଚାମ୍ପିୟନଶିପ: ସୃଷ୍ଟି ଅରୋରା ଏବଂ ମନୀଷ ନରୱାଲ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳରେ ଜିତିଲେ କାଂସ୍ୟ


ଚାଙ୍ଗୱନ, ୧୧ ସେପ୍େଟମ୍ବର (ହି.ସ.)- ଭାରତୀୟ ଯୋଡ଼ି ସୃଷ୍ଟି ଅରୋରା ଏବଂ ପ୍ୟାରିସ ପାରାଲିମ୍ପିକର ପଦକ ବିଜେତା ମନୀଷ ନରୱାଲ ଶୁକ୍ରବାର ଚାଙ୍ଗୱନରେ ଚାଲିଥିବା ଡବ୍ଲ୍ୟୁଏସପିଏସ ବିଶ୍ୱ ଚାମ୍ପିୟନଶିପରେ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ପ୍ରତିଯୋଗିତାର କାଂସ୍ୟ ପଦକ ଜିତିଛନ୍ତି।

ଫାଇନାଲରେ ସୃଷ୍ଟି ୧୯୫.୩ ପଂଏଟ ସ୍କୋର କରିଥିବାବେଳେ, ମନୀଷ ୨୦୮.୭ ପଏଂଟ ହାସଲ କରିଥିଲେ। ଭାରତୀୟ ଯୋଡ଼ିର ମୋଟ ସ୍କୋର ୪୦୪.୦ ରହିଥିଲା ଏବଂ ସେ ତୃତୀୟ ସ୍ଥାନ ହାସଲ କରିଥିଲେ।

ଚୀନର ଡାଙ୍ଗ ୟୁହୋଙ୍ଗ ଏବଂ ହୁଆଙ୍ଗ ଶିଙ୍ଗଙ୍କ ଯୋଡ଼ି ୪୭୨.୧ ପଏଂଟ ର ମିଳିତ ବିଶ୍ୱ ରେକର୍ଡ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦକ୍ଷିଣ କୋରିଆର ମୁନ ଏଇକ୍ୟୁଙ୍ଗ ଏବଂ ଜୋ ଜିଓଙ୍ଗଦୁ ୪୬୬.୦ ପଏଂଟ ସହିତ ରୌପ୍ୟ ପଦକ ନିଜ ନାମରେ କରିଥିଲେ।

ଏହା ପୂର୍ବରୁ ସୃଷ୍ଟି ଏବଂ ମନୀଷ କ୍ୱାଲିଫିକେସନରେ ମୋଟ ୫୬୫ ପଏଂଟ ହାସଲ କରି ଫାଇନାଲରେ ସ୍ଥାନ ପାଇଥିଲେ। ସୃଷ୍ଟି ୨୭୯ ପଏଂଟ, ଯେତେବେଳେ ମନୀଷ ୨୮୬ ପଏଂଟର ଯୋଗଦାନ କରିଥିଲେ।

ଅନ୍ୟ ଏକ ଭାରତୀୟ ଯୋଡ଼ି ଭକ୍ତି ଶର୍ମା ଏବଂ ରୁଦ୍ରାଂଶ ଖଣ୍ଡେଲୱାଲ କ୍ୱାଲିଫିକେସନରେ ୫୫୭ ପଏଂଟ ସହିତ ୧୦ମ ସ୍ଥାନରେ ରହିଥିଲେ ଏବଂ ଫାଇନାଲ ପାଇଁ କ୍ୱାଲିଫାଇ କରିପାରିନଥିଲେ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande