

ସମ୍ବଲପୁର, ୧୧ ସେପ୍ଟେମ୍ବର(ହି.ସ.) – ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉପଲକ୍ଷେ ବୁଢ଼ାରଜା ସରକାରୀ ହାଇସ୍କୁଲ ଠାରେ ନବଭାରତ ସାକ୍ଷରତା ଅଭିଯାନ ଉଲ୍ଲାସ'ର ଶୁଭାରମ୍ଭ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଉଲ୍ଲାସ ଅଭିଯାନର ନିର୍ଦ୍ଦେଶକ ତଥା ଏଡିଇଓ ସତ୍ୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଶିକ୍ଷାବିତ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥୀ, ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଗିରିଧାରୀ ହୋତା ମୁଖ୍ୟବକ୍ତା, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଗୀତାଞ୍ଜଳି ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉଜାଗର ପ୍ରଧାନ ଶିକ୍ଷକ ମୋତିଲାଲ ଦୋରା, ପ୍ରଶିକ୍ଷକ ଆଜାଦ ଶେଖର ପ୍ରଧାନ, ପୂର୍ବତନ ବିଇଓ ଯଶୋବନ୍ତ ସାହୁ, ଧନକଉଡ଼ା ବିଇଓ ଅଦାନ ସୁନା ସମ୍ମାନିତ ଅତିଥୀ ଭାବରେ ଯୋଗଦେଇ ଥିଲେ। ଏଥିରେ ୨୦୦ଜଣ ନବ ଶିକ୍ଷାର୍ଥୀ, ଶିକ୍ଷକ, ପ୍ରଧାନ ଶିକ୍ଷକ, ସିଆର୍ସିସି ଅଂଶଗ୍ରହଣ କରିଥିଲେ। ନିରକ୍ଷରତା ଦୂର କରି ଶିକ୍ଷାର ପ୍ରଦୀପ ଜାଳିବାକୁ ଶପଥ ପାଠ କରିଥିଲେ। ଉଲ୍ଲାସ ପୁସ୍ତକ ବଂଟନ କରିବା ସହ ବୁଢ଼ାରଜା ହାଇସ୍କୁଲର ଛାତ୍ରଛାତ୍ରୀମାନେ ପ୍ଳାକାର୍ଡ଼ ଧରି ସ୍ଲୋଗାନ ଦେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଧନକଉଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟବ୍ରତ ଭୋଇଙ୍କ ତତ୍ୱାବଧାନରେ ସଂପନ୍ନ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ