ଫାର୍ମାସିଷ୍ଟଙ୍କ ଘରେ ସଶସ୍ତ୍ର ଡକାୟତି
ଚିକିତ୍ସା ବାହାନାରେ ଘରେ ପଶିଲେ, ବନ୍ଧୁକ ମୁନରେ ୧ ଲକ୍ଷ ୩୦ ହଜାର ଓ ସୁନାଗହଣା ଲୁଟିଲେ ଜୟପୁର, ୧୧ ସେପ୍ଟେମ୍ବର(ହି.ସ.) – ଚିକିତ୍ସା କରାଇବା ବାହାନାରେ ଘରେ ପଶି ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ ପରିବାରକୁ ବନ୍ଧୁକ ଓ ଛୁରି ଦେଖାଇ ଆତଙ୍କିତ କରି ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତମାନେ ପରି
ଫାର୍ମାସିଷ୍ଟ ଙ୍କ ଘରେ  ସଶସ୍ତ୍ର ଡକାୟତି: ଚିକିତ୍ସା ବାହାନାରେ ଘରେ ପଶିଲେ, ବନ୍ଧୁକ ମୁନରେ ୧ ଲକ୍ଷ ୩୦ ହଜାର ଓ ସୁନାଗହଣା ଲୁଟିଲେ


ଚିକିତ୍ସା ବାହାନାରେ ଘରେ ପଶିଲେ, ବନ୍ଧୁକ ମୁନରେ ୧ ଲକ୍ଷ ୩୦ ହଜାର ଓ ସୁନାଗହଣା ଲୁଟିଲେ

ଜୟପୁର, ୧୧ ସେପ୍ଟେମ୍ବର(ହି.ସ.) – ଚିକିତ୍ସା କରାଇବା ବାହାନାରେ ଘରେ ପଶି ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ ପରିବାରକୁ ବନ୍ଧୁକ ଓ ଛୁରି ଦେଖାଇ ଆତଙ୍କିତ କରି ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତମାନେ ପରିବାର ସଦସ୍ୟଙ୍କୁ ବାନ୍ଧି ନଗଦ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ସମେତ ୭ରୁ ୮ ତୁଳା ସୁନାର ବିଭିନ୍ନ ଅଳଙ୍କାର, ଗୋଟେ ହଳ ରୂପା ପାଉଁଜି, ୮ ହଳ ଗୋଡ଼ ମୁଦି ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି। ଘଟଣାଟି ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ପଂଚାୟତର ଗୌଡ଼ଗୁଡ଼ା ଗ୍ରାମରେ ଘଟିଛି। ଗୌଡ଼ଗୁଡ଼ାସ୍ଥିତ ଆଇଇଏମ୍ କଲେଜ ନିକଟରେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ନରସିଂହ ସାହୁ(୬୧) ପରିବାର ସହ ରହୁଛନ୍ତି। ସେ ନିଜ ଘରେ ଗ୍ରାମବାସୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥାନ୍ତି। ଅଭିଯୋଗ ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ୧୦ରେ ପ୍ରବଳ ବର୍ଷା ହେଉଥିବାବେଳେ ଜଣେ ଯୁବକ ତାଙ୍କ ଘର କବାଟ ବାଡ଼େଇଥିଲା। ତା’ର ଜଣେ ସାଙ୍ଗ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା କହି ତୁରନ୍ତ ଚିକିତ୍ସା କରିବାକୁ ନେହୁରା ହୋଇଥିଲା। ଏହାପରେ ଶ୍ରୀ ସାହୁ କବାଟ ଖୋଲିବା ମାତ୍ରେ ଅନ୍ୟ ଦୁଇଜଣ ଜଣେ ଯୁବକଙ୍କୁ ଧରି ତାଙ୍କ ଘର ଭିତରକୁ ପଶିଥିଲେ। ଶ୍ରୀ ସାହୁ ଔଷଧ ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ଦୁର୍ବତମାନେ ତାଙ୍କ ମୁହଁ ଜାବୁଡ଼ି ଧରିବା ସହ ହାତଗୋଡ଼ ବାନ୍ଧି ତଳେ ଚାପି ରଖିଥିଲେ। ଏହି ସମୟରେ ଅନ୍ୟ ଦୁଇଜଣ ଶୋଇବା ଘରକୁ ପଶି ଶ୍ରୀ ସାହୁଙ୍କ ପତ୍ନୀଙ୍କ ବେକରୁ ସୁନାହାର ଭିଡି ନେଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତମାନେ ତାଙ୍କ ମୁଣ୍ଡରେ ଛୁରିରେ ଆଘାତ କରିଥିଲେ। ଏଥିସହ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ପରିବାର ଲୋକେ ଆଲମାରିର ଚାବି ଦେଇଥିଲେ। ଦୁର୍ବୃତମାନେ ଆଲମାରିରୁ ୭ରୁ ୮ ତୁଳା ସୁନାର ବିଭିନ୍ନ ଅଳଙ୍କାର, ୮ ହଳ ଗୋଡ଼ ମୁଦି, ଗୋଟେ ହଳ ରୂପା ପାଉଁଜି ଏବଂ ନଗଦ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ।

ପରେ ଏକ ବାଇକ୍ରେ ତିନି ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜୟପୁର ସଦର ଥାନାରେ କେଶ୍ ନଂ ୨୮୬/୨୬ରେ ମାମଲା ରୁଜୁ ହୋଇଛି। ଏସ୍ଆଇ ଡି.କେ. ବାରିକ ମାମଲାର ତଦନ୍ତ କରୁଛନ୍ତି। ପୁଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଫିଙ୍ଗରପ୍ରିଂଟ ସମେତ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରହିଥିବା ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande