ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଂଚାୟତିରାଜ ବିଭାଗ
ଭୁବନେଶ୍ୱର ,୧୧ ସେପ୍ଟେମ୍ବର(ହି.ସ.) - ସେବା ସଂକଳ୍ପ’ ଅଭିଯାନର ପ୍ରସ୍ତୁତି ନେଇ ଆଜି ପଂଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସରକାରୀ ଯୋଜନା ଓ ସେବାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହ
ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ଜୋରଦାର କଲା ପଂଚାୟତିରାଜ ବିଭାଗ


ଭୁବନେଶ୍ୱର ,୧୧ ସେପ୍ଟେମ୍ବର(ହି.ସ.) - ସେବା ସଂକଳ୍ପ’ ଅଭିଯାନର ପ୍ରସ୍ତୁତି ନେଇ ଆଜି ପଂଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସରକାରୀ ଯୋଜନା ଓ ସେବାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ‘ସେବା ସେତୁ’, ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ମେଗା ବୃକ୍ଷରୋପଣ ଏବଂ ‘ସ୍ୱଚ୍ଛତା ହି ସେବା ୨୦୨୬’ ପାଇଁ ପ୍ରସ୍ତୁତି ସମୀକ୍ଷା କରାଯିବା ସହ ତୃଣମୂଳସ୍ତରରେ ବିଭାଗୀୟ ସମନ୍ୱୟ ଓ ଜନଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅଭିଯାନ ଅଧୀନରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକୁ ବ୍ଲକ୍ ଓ ଗ୍ରାମ ପଂଚାୟତସ୍ତରରେ ସୁଚାରୁ ଭାବେ ରୂପାୟଣ ପାଇଁ ସମନ୍ୱିତ ଯୋଜନା, କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ଓ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ବୈଠକରେ ଆଲୋଚନା ହୋଇଥିଲା।

ମନ୍ତ୍ରୀ ଶ୍ରୀ ନାଏକ ଅଧିକାରୀମାନଙ୍କୁ ପ୍ରସ୍ତାବିତ ‘ସେବା ସେତୁ’ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ସେବା ସହ ଯୋଡ଼ିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ବ୍ଲକ୍?ୱାରୀ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଓ ହିତାଧିକାରୀ ଡାଟା-ବ୍ୟାଙ୍କ ପ୍ରସ୍ତୁତ କରିବାକୁ ସେ କହିଥିଲେ। ଏହା ମାଧ୍ୟମରେ ଶିବିର ଓ କାର୍ଯ୍ୟକ୍ରମରେ ଯୋଗ୍ୟ ଲୋକଙ୍କୁ ଚିହ୍ନଟ କରି ସମ୍ପୃକ୍ତ ଯୋଜନାରେ ସାମିଲ କରାଯାଇପାରିବ।

‘ଏକ ପେଡ୍ ମା’ କେ ନାମ’ ଅଧୀନରେ ମେଗା ବୃକ୍ଷରୋପଣ ପାଇଁ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ଏଥିପାଇଁ ଆବଶ୍ୟକ ଚାରା ଉପଲବ୍ଧତା ଓ ତୃଣମୂଳସ୍ତରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ଆଗୁଆ ପ୍ରସ୍ତୁତି କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।

ସେହିପରି, ସେପ୍େଟମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ‘ସ୍ୱଚ୍ଛତା ହି ସେବା ୨୦୨୬’ ପାଇଁ ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା। ଗ୍ରାମାଂଚଳର ସାର୍ବଜନୀନ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟକ୍ରମ କରିବା ସହ ଗ୍ରାମ ପଂଚାୟତ, ସ୍ଥାନୀୟ ସଂଗଠନ ଓ ସାଧାରଣ ଲୋକଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ଅଭିଯାନ ସମୟରେ ୨୫ଟି ପାନୀୟଜଳ ପ୍ରକଳ୍ପର ଲୋକାର୍ପଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାର ସିଡିଓ ଓ ବିଡିଓମାନେ ନିଜ ଅଂଚଳର ତୃଣମୂଳସ୍ତରୀୟ ପ୍ରସ୍ତୁତି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପଂଚାୟତିରାଜ ବିଭାଗର ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ବ୍ଲକ୍ ଓ ଗ୍ରାମ ପଂଚାୟତସ୍ତରରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ମନ୍ତ୍ରୀ ଶ୍ରୀ ନାଏକ ସମ୍ବଲପୁରର କୁଚିଣ୍ଡାରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-କମ୍-ସଚିବ ଶ୍ରୀ ଗିରୀଶ ଏସ୍.ଏନ୍., ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପାନୀୟଜଳ ନିର୍ଦ୍ଦେଶକ ଡ. ବିନୀତ ଭରଦ୍ୱାଜଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସାରା ରାଜ୍ୟର ସିଡିଓ ଓ ବିଡିଓମାନେ ବୈଠକରେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande