ପୁରୀ-କୋରାପୁଟ ଟ୍ରେନ ଜୟପୁର ସମ୍ପ୍ରସାରଣ ଦାବୀ ପତ୍ର ଦେଲା ଜୟପୁର ଜାଗରଣ ପରିଷଦ
ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ଜୟପୁର ଜାଗରଣ ପରିଷଦ ପକ୍ଷରୁ ପୁରୀ-କୋରାପୁଟ ଟ୍ରେନ କୁ ଜୟପୁର ଯାଏଁ ସମ୍ପ୍ରସାରଣ ଦାବି କରାଯାଇଛି । ଏନେଇ ଏକ ପତ୍ର ସାଧାରଣ ପରିଚାଳକ, ପୂର୍ବତଟ ରେଳପଥ, ଭୁବନେଶ୍ୱର ଙ୍କୁ ଜୟପୁର ଷ୍ଟେସନ୍ ମ୍ୟାନେଜରଙ୍କୁ ଆଜି ପ୍ରଦାନ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଦୀର
ପୁରୀ-କୋରାପୁଟ ଟ୍ରେନ ଜୟପୁର ସମ୍ପ୍ରସାରଣ ଦାବୀ ପତ୍ର ଦେଲା ଜୟପୁର ଜାଗରଣ ପରିଷଦ


ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ଜୟପୁର ଜାଗରଣ ପରିଷଦ ପକ୍ଷରୁ ପୁରୀ-କୋରାପୁଟ ଟ୍ରେନ କୁ ଜୟପୁର ଯାଏଁ ସମ୍ପ୍ରସାରଣ ଦାବି କରାଯାଇଛି । ଏନେଇ ଏକ ପତ୍ର ସାଧାରଣ ପରିଚାଳକ, ପୂର୍ବତଟ ରେଳପଥ, ଭୁବନେଶ୍ୱର ଙ୍କୁ ଜୟପୁର ଷ୍ଟେସନ୍ ମ୍ୟାନେଜରଙ୍କୁ ଆଜି ପ୍ରଦାନ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଦୀର୍ଘ ଦିନର ସ୍ୱପ୍ନ ଅନୁସାରେ ପୁରୀ-କୋରାପୁଟ ୧୮୪୦୭ ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିଥିବାରୁ ଧନ୍ୟବାଦ । କିନ୍ତୁ ଚିନ୍ତାର ବିଷୟ ଯେ, ଏହି ଟ୍ରେନ ର ଯେଉଁ ସମୟ ସାରଣୀ ଧାର୍ଯ୍ୟ କରାଯାଇଛି ତାହା ଜୟପୁର ସହ ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ବାସିନ୍ଦାଙ୍କୁ କୌଣସି ସୁଫଳ ଦେବା ଆଶା ନାହିଁ । ଟ୍ରେନ ଟି ରାତ୍ର ୧୧.୩୦ମିରେ କୋରାପୁଟରେ ପହଂଚିବା ବେଳେ ସେଠାରୁ ଜୟପୁର, ନବରଙ୍ଗପୁର କିମ୍ବା ମାଲକାନଗିରି ଯିବାକୁ କୌଣସି ମାଧ୍ୟମ ନାହିଁ । ଯଦ୍ୱାରା ରାତ୍ର ସାରା ଟ୍ରେନ୍ ରେ ଆସୁଥିବା ଯାତ୍ରୀ ମାନେ ଷ୍ଟେସନ ରେ ହଇରାଣ ହରକତ ହେବା ଲକ୍ଷ୍ୟ କରାଯାଉଛି । ସେଭଳି ପୁରୀ ଅଭିମୁଖେ ଯିବାକୁ ମଧ୍ୟ ସକାଳ ୫ ଟା ସମୟ କୋରାପୁଟରୁ ଧାର୍ଯ୍ୟ ରହିଛି । ଏହା ଅନ୍ୟ ଆଖପାଖ ଅଂଚଳ ପାଇଁ ଅନୁକୂଳ ନୁହଁ ।

ଏହି ଅଂଚଳରୁ କୋରାପୁଟ-ସମ୍ବଲପୁର ଏବଂ ଜଗଦଲପୁର-ଦୁର୍ଗ ଦୁଇଟି ଟ୍ରେନ୍ କିଛି ବର୍ଷ ମଧ୍ୟରେ ବନ୍ଦ କରିବା ପରେ ଏହି ଯେଉଁ ଗୋଟିଏ ନୂଆଁ ଟ୍ରେନ୍ ଦିଆଗଲା ସେଥିପାଇଁ କୃତଜ୍ଞତା ଦେବାରେ କୃପଣତା ନାହିଁ। ତଥାପି ଆଶା ଯେ, ଉକ୍ତ ଟ୍ରେନ୍ କୁ ଜୟପୁର ଯାଏଁ ସଂପ୍ରସାରଣ କଲେ ଉପରୋକ୍ତ ସମସ୍ୟା ଗୁଡ଼ିକର ସମାଧାନ ହେବ ।

ତେଣୁ ପରିଷଦ ପକ୍ଷରୁ ଅନୁରୋଧ ଯେ, ପୁରୀ-କୋରାପୁଟ ଟ୍ରେନ୍ ର ସମୟ ସାରଣୀରେ ପରିବର୍ତନ ସହ ତୁରନ୍ତ ଏହାକୁ ଜୟପୁର ଯାଏଁ ସଂପ୍ରସାରଣ କରାଯାଉ ବୋଲି ପତ୍ର ରେ ଅନୁରୋଧ ରହିଛି । ଏହି ପତ୍ର ପ୍ରଦାନ ବେଳେ ବାଲା ରାୟ, ରାଜେନ୍ଦ୍ର କୁମାର ଗୌଡ, ୱାଇ ପ୍ରସାଦ, ଗୁପ୍ତଚନ୍ଦ୍ର ଗୌଡ, ପ୍ରମୋଦ ମହାନ୍ତି, ସୁଦର୍ଶନ ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande