ଇତିହାସ ପିଜିଟିଙ୍କ ନିମନ୍ତେ ଅନୁଷ୍ଠିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ
ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇତିହାସର ନବନିଯୁକ୍ତ ସ୍ନାତକୋତର ଶିକ୍ଷକ ମାନଙ୍କ ପାଇଁ ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ସେପ୍ଟେମ୍ବର ୭ ରୁ ୧୧ ତାର
erf


ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇତିହାସର ନବନିଯୁକ୍ତ ସ୍ନାତକୋତର ଶିକ୍ଷକ ମାନଙ୍କ ପାଇଁ ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ସେପ୍ଟେମ୍ବର ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ତାଲିମ୍ କାର୍ଯ୍ୟକ୍ରମର ମୋଟ ୧୨୦ ଜଣ ଇତିହାସ ପିଜିଟି ଶିକ୍ଷକ ଅଂଶଗ୍ରହଣ କରିଥିଲେ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶକ ବିନିତା ସେନାପତି, ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳୀ ଏବଂ ଉପନିର୍ଦ୍ଦେଶକ ସି.ଏଚ୍. ବିଜୟଲକ୍ଷ୍ମୀ ଉଦଯାପନୀ ସମାରୋହରେ ଯୋଗଦେଇ ଅଂଶଗ୍ରହଣକାରୀ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି ୨୦୨୦, ଆଇସିଟି, ଓଡ଼ିଶା ଶିକ୍ଷା ନିୟମ, ସାମ୍ସ ଏବଂ ଶିକ୍ଷାଜ୍ୟୋତି ପୋର୍ଟାଲ, ପୋଶ୍ ଆଇନ, ଛାତ୍ରବୃତି, ପ୍ରଶାସନିକ ଦାୟିତ୍ୱ, ପରୀକ୍ଷା ଏବଂ ମୂଲ୍ୟାୟନ ଯୋଜନା, ଏବଂ କ୍ୟାରିଅର୍ ମାର୍ଗଦର୍ଶନ ଆଦି ସମ୍ପର୍କରେ ତାଲିମ୍ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ କାର୍ଯ୍ୟକ୍ରମ ସେପ୍େଟମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande