ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ଆଚାର୍ଯ୍ୟ ବିନୋବ
ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି     ଜ୍ଞାପନ କଲେ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ


ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ତାଙ୍କୁ

ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ

କହିଛନ୍ତି ଯେ, ଆଚାର୍ଯ୍ୟ ବିନୋବା ଭାବେ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ

କରୁଛି। ତାଙ୍କ ‘ଭୂଦାନ ଆନ୍ଦୋଳନ’ ସ୍ୱେଚ୍ଛାକୃତ ଭାବେ ଜମି ଦାନ ଏବଂ ସାମାଜିକ ପରିବର୍ତ୍ତନ

ମାଧ୍ୟମରେ ଗ୍ରାମୀଣ ଅସମାନତା ଦୂର କରିବାକୁ ପ୍ରୟାସ କରିଥିଲା। ଏହା ସ୍ୱାଧୀନତା ପରବର୍ତ୍ତୀ

ଭାରତର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ସ୍ଥାନ ପାଇଛି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତ ରତ୍ନ

ଆଚାର୍ଯ୍ୟ ବିନୋବା ଭାବେ ଜୀଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି। ସେ

ଥିଲେ ଜଣେ ଦୂରଦର୍ଶୀ ମହାପୁରୁଷ, ଯାହାଙ୍କ ଜୀବନ ଶାନ୍ତି, କରୁଣା ଓ ସର୍ବୋଦୟର ଆଦର୍ଶକୁ ଏକ ଶକ୍ତିଶାଳୀ ସାମାଜିକ ପରିବର୍ତ୍ତନ

ଆନ୍ଦୋଳନରେ ପରିଣତ କରିଥିଲା।

‘ଭୂଦାନ’ ଓ ‘ଗ୍ରାମଦାନ’ ଆନ୍ଦୋଳନ ମାଧ୍ୟମରେ ସେ ଦେଖାଇଥିଲେ ଯେ, ସାମାଜିକ ପ୍ରଗତି

କେବଳ ଅନୁଷ୍ଠାନ ଓ ପ୍ରତିଷ୍ଠାନ ମାଧ୍ୟମରେ ନୁହେଁ, ବରଂ ସହାନୁଭୂତି, ସ୍ୱେଚ୍ଛାକୃତ ଅଂଶଗ୍ରହଣ ଏବଂ ସାମୂହିକ ଦାୟିତ୍ୱବୋଧର ମନୋଭାବ

ମାଧ୍ୟମରେ ମଧ୍ୟ ଗଢ଼ି ଉଠିପାରେ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ଅହିଂସା, ଭୂଦାନ ଓ ସର୍ବୋଦୟର ବାର୍ତ୍ତା ଦେଇ ସମାଜରେ ସମାନତା

ଆଣିଥିବା ମହାନ୍ ସନ୍ଥ ତଥା 'ଭାରତ ରତ୍ନ' ଆଚାର୍ଯ୍ୟ ବିନୋବା

ଭାବେଙ୍କ ଜନ୍ମ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ତାଙ୍କର ତ୍ୟାଗ ଓ ଆଦର୍ଶ ଆମ ପାଇଁ ସଦା

ପ୍ରେରଣାଦାୟୀ।

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଭୂଦାନ

ଆନ୍ଦୋଳନ’ର ପ୍ରଣେତା ‘ଭାରତ ରତ୍ନ’ ଆଚାର୍ଯ୍ୟ ବିନୋବା ଭାବେ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ

ଶ୍ରଦ୍ଧାର ସହ ନମନ କରୁଛି। ଦେଶ ଓ ସମାଜର ସେବା ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ବିନୋବା

ଭାବେ ଜୀଙ୍କ ବିଚାରଧାରା ଆଜି ମଧ୍ୟ ଆମକୁ ସରଳତା, ସେବା ଓ ମାନବ

କଲ୍ୟାଣର ପଥରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande