ଲାଂଚ ନେବା ମାମଲା, ବନ୍ଧା ହୋଇ ଜେଲ ଗଲେ କୋର୍ଟ କ୍ଲର୍କ
ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ମାଥିଲି ଜେ ଏମ ଏଫ ସି କୋର୍ଟର ସିନିୟର କ୍ଲର୍କ ଅଚ୍ୟୁତ ପ୍ରଧାନ ୨ଟି ଏନବିଡବ୍ଲୁ ମାମଲା କୁ ରଫଦବା କରି ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ଟ୍ରାପ୍ରେ ଧରାପଡ଼ିଥିଲେ । କୋରାପୁଟ ଭିଜିଲାନ୍ସ ବିଭାଗ ରେ ତାଙ
ଲାଞ୍ଚ ନେବା   ମାମଲା, ବନ୍ଧା ହୋଇ ଜେଲ ଗଲେ କୋର୍ଟ କ୍ଲର୍କ.


ଜୟପୁର, ୧୧ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ମାଥିଲି ଜେ ଏମ ଏଫ ସି କୋର୍ଟର ସିନିୟର କ୍ଲର୍କ ଅଚ୍ୟୁତ ପ୍ରଧାନ ୨ଟି ଏନବିଡବ୍ଲୁ ମାମଲା କୁ ରଫଦବା କରି ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ଟ୍ରାପ୍ରେ ଧରାପଡ଼ିଥିଲେ । କୋରାପୁଟ ଭିଜିଲାନ୍ସ ବିଭାଗ ରେ ତାଙ୍କ ବିରୁଦ୍ଧରେ ରେ ଅଭିଯୋଗ ଦେଇଥିଲେ ମାଥିଲି ଥାନା ଦୋରାଗୁଡା ଅଂଚଳର ପ୍ରଭାତ ବିଶୋଇ । ଆଜି ଭିଜିଲାନ୍ସ କୋରାପୁଟ ତରଫରୁ ତାଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଏସପି ଏସ , ସୁଶ୍ରୀ ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଜେଏମଏଫସି କୋର୍ଟର ବେଂଚ କ୍ଲର୍କ ଅଚ୍ୟୁତ ପ୍ରଧାନଙ୍କୁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଧରିଥିଲା । ମାଥିଲି ଅଂଚଳର ପ୍ରଭାତ ବିଶୋଇଙ୍କ ନାମରେ ଥିବା ୱାରେଂଟକୁ କ୍ଲୋଜ୍ କରିବା ପାଇଁ ବେଂଚ କ୍ଲର୍କ ଅଚ୍ୟୁତ ପ୍ରଧାନ ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ପାଇବା ପରେ ବିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା ।

ଗୁରୁବାର ଅଚ୍ୟୁତ ପ୍ରଧାନ ଲାଂଚ ଟଙ୍କା ଗ୍ରହଣ କରୁଥିବା ସମୟରେ ବିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଜୟପୁର ଭିଜିଲାନ୍ସ ଡିଏସପିଙ୍କ ସହ ୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ଅଚ୍ୟୁତ ପ୍ରଧାନଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଲାସି କରିଥିଲା ।

ତାଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଏସପି ଏସ , ସୁଶ୍ରୀ ଆଜି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande