୩୪୦ବୋତଲ କପ ସିରପ ସମେତ ଗୋଟିଏ ଇଣ୍ଡିଗୋ କାର,ଦୁଇଟି ବାଇକ ଜବତ, ଜଣେ ଗିରଫ
ଖୋର୍ଦ୍ଧା, 12 ସେପ୍ଟେମ୍ବର (ହି.ସ.)ଚୋରା କପ ସିରପ୍ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଜଣକୁ ଗିରଫ କରିଛି। ଗିରଫ ଜଣକ ହେଲେ ଚକ୍ରଧର ସାମନ୍ତରାୟ (୫୬)।ପୋଲିସ ଚକ୍ରଧର ନିକଟରୁ ୩୪୦ବୋତଲ କପ ସିରପ ସମେତ ଗୋଟିଏ ଇଣ୍ଡିଗୋ କାର,ଦୁଇଟି ବାଇକ ଜବତ କରିଛି। ତେବେ ଜବତ କପ ସିରପର ମୂଲ୍ୟ ୫୧
Car


Cupsyrup


ଖୋର୍ଦ୍ଧା, 12 ସେପ୍ଟେମ୍ବର (ହି.ସ.)ଚୋରା କପ ସିରପ୍ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଜଣକୁ ଗିରଫ କରିଛି। ଗିରଫ ଜଣକ ହେଲେ ଚକ୍ରଧର ସାମନ୍ତରାୟ (୫୬)।ପୋଲିସ ଚକ୍ରଧର ନିକଟରୁ ୩୪୦ବୋତଲ କପ ସିରପ ସମେତ ଗୋଟିଏ ଇଣ୍ଡିଗୋ କାର,ଦୁଇଟି ବାଇକ ଜବତ କରିଛି। ତେବେ ଜବତ କପ ସିରପର ମୂଲ୍ୟ ୫୧ହଜାର ଟଙ୍କା ହେବ ବୋଲି ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ରମେଶ ରଞ୍ଜନ ଦେବତା ସୁଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ଘଟଣାରେ ଚକ୍ରଧରର ପୁଅ ଏବଂ ତାର ଜଣେ ସହଯୋଗୀ ଫେରାର ଅଛନ୍ତି।ତେଣୁ ଉଭୟକୁ ଖୁବଶୀଘ୍ର ଗିରଫ କରାଯିବ। ପୋଲିସ ସୁଚନା ମୁତାବକ ଖୋର୍ଦ୍ଧା ସହରର ବିଡ଼ିଏ କଲ୍ୟାଣୀ ମଣ୍ଡପ ନିକଟରେ ଏହି ଚୋରା କପ ସିରପ କାରବାର ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande