
କନ୍ଧମାଳ, ୧୨ ସେପ୍ଟେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ ପ୍ରାକ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୪୭ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୨୬ ଲକ୍ଷ ୯୩ ହଜାର ୧୪୫ ଟଙ୍କା ଆଦାୟ କରାଯାଇଛି, ଏଥିସହ ୧୪୪୬ଟି ଟ୍ରାଫିକ ଚାଲାଣ ସମ୍ବନ୍ଧୀୟ ମାମଲା ବିଚାର କରାଯାଇ ୩୬ ଲକ୍ଷ ୮୦ ହଜାର ୭୫୩ଟଙ୍କା, ୨୧ଟି ବିଦ୍ୟୁତ ମାମଲା ବିଚାର କରାଯାଇ ୩ ଲକ୍ଷ ୩୪ ହଜାର ୩୪୨ ଟଙ୍କା, ୨୭ଟି ବି.ଏସ୍.ଏନ୍.ଏଲ୍. ମାମଲା ବିଚାର କରାଯାଇ ୨୭ ହଜାର ୫୯୭ ଟଙ୍କା ଆଦାୟ କରାଯାଇଛି ଏବଂ ୬ଟି ସ୍ଥାୟୀ ଲୋକ ଅଦାଲତର ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲାର ବିଚାର କରାଯାଇ ୩ ଲକ୍ଷ ୧୮ ହଜାର ୪୭୦ ଟଙ୍କା ଆଦାୟ କରାଯାଇଛି।
ସେହିପରି ଅଦାଲତରେ ବିଚାରଧିନ ମାମଲାଗୁଡ଼ିକ ମଧ୍ୟରୁ ୧୩ଟି ମୋଟରଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ଏକ କୋଟି ୨୦ ଲକ୍ଷ ଟଙ୍କା ୭୦ ହଜାର ଟଙ୍କା, ୫ଟି ଏନ୍.ଆଇ. ଆକ୍ଟ ମାମଲାର ବିଚାର କରାଯାଇ ୧୭ ଲକ୍ଷ ୫୨ ହଜାର ୨୬୭ ଟଙ୍କା ଆଦାୟ କରାଯାଇଥିବାବେଳେ ତିନୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୫ ଲକ୍ଷ ୪୧ ହଜାର ୧୯୪ ଟଙ୍କା ଆଦାୟ କରାଯାଇଛି। ଏତଦ୍ସହିତ ୧୯ ଗୋଟି ବୈବାହିକ ବିବାଦ ଫୈସଲାରେ ୧୧ ଲକ୍ଷ ୯୩ ହଜାର ୩୪୩ ଟଙ୍କା, ୧୦୧୪ ଗୋଟି ରାଜସ୍ୱ ମାମଲାରେ ୩୭ ହଜାର ୨୫୧ ଟଙ୍କା ଆଦାୟ କରାଯାଇଛି, ୬ଟି ଫୌଜଦାରୀ ସାଲିସ ଯୋଗ୍ୟ, ୧୦ଟି ଦେୱାନୀ ମାମଲା ଏବଂ ୩୬ଟି ଫୌଜଦାରୀ ମାମଲା ବିଚାର କରାଯାଇଛି ଏବଂ ୧୧ଟି ଖାଉଟି ବିବାଦ ସମ୍ବନ୍ଧୀୟ ମାମଲା ବିଚାର କରାଯାଇ ୮ ଲକ୍ଷ ୫୨ ହଜାର ଟଙ୍କା ଆଦାୟ କରାଯାଇଛି। ଆଜିର ଏହି ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୫୫୮ଟି ଓ ଅଦାଲତରେ ବିଚାରାଧିନ ମାମଲାଗୁଡ଼ିକ ମଧ୍ୟରୁ ୧୧୦୬ଟି ମାମଲା ଫୈସଲା କରାଯାଇଛି। ମାନନୀୟ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତା, ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍, ଫୁଲବାଣୀ, ପ୍ରୀତିଶ କୁମାର ରାଉତରାୟ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରମାକାନ୍ତ ମହାନ୍ତି, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ସ୍ୱପ୍ନା ସାଗରିକା ମିଶ୍ର, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଫୁଲବାଣୀ ପ୍ରିୟରଞ୍ଜନ ଓଝା, ଏସ.ଡି.ଜେ.ଏମ୍. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ୍.ସି.(ଏଲ୍.ଆର୍. ଆଣ୍ଡ ଏଲ୍.ଟି.ଭି.) ବଦ୍ରିନାରାୟଣ ବିଶ୍ୱାଳ, ଜେ.ଏମ୍.ଏସ୍.ସି., ଫୁଲବାଣୀ ଅରୁଣିମା ପତି ପ୍ରମୁଖ ଉପସ୍ଥିତ ରହି ମାମଲାଗୁଡ଼ିକର ବିଚାର କରିଥିଲେ। ଉପରୋକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୁଲବାଣୀ ବାର ଆସୋସିଏସନ୍ର ଆଇନଜୀବୀ, ସରକାରୀ ଅଧିବକ୍ତା ଓ ଜିଲ୍ଲା ପ୍ରଶାସନର ମଧ୍ୟ ମିଳିତ ସହଯୋଗ ରହିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ