
ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ ମୋଟୁ ଏବଂ ଜେଏମଏଫସି ମାଥିଲି, ଜେଏମଏଫସି କୁଡୁମୁଲୁଗୁମ୍ମା, ଗ୍ରାମ ନ୍ୟାୟଳୟ କୋରୁକୋଣ୍ଡା, ମାଲକାନଗିରି ଦ୍ବାରା ତୃତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥିଲି, ମୋଟୁ, କୁଡୁମୁଲୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାଜଜ୍ ଶାନ୍ତନୁ କୁମାର ଦାସ, ମୁଖ୍ୟ ଦଣ୍ଡାଧିକାରୀ ମାଲକାନଗିରି ଡଃ.
ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି, ମାଲକାନଗିରି ଶ୍ରୀମତୀ ସୁଶ୍ରୀ ସଂଗୀତା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି( ମହିଳା କୋର୍ଟ), ମାଲକାନଗିରି ଶ୍ରୀମତୀ ପ୍ରିୟଦର୍ଶିନୀ ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି, ମାଲକାନଗିରି ଲୋପାମୁଦ୍ରା ପ୍ରକାଶ, ଉପଖଣ୍ଡ ଦଣ୍ଡାଧିକାରୀ, ମାଲକାନଗିରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟକାରୀ ପରିନିତା ନାୟକ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, ମାଥ୍ଲି ରାହୁଲ କୁମାର ଜେନା, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, କୁଡୁମୁଲୁଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ, ମାଲକାନଗିରି ଆଦିତ୍ୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦ୍ଦମା ର ଫଇସଲା କରିଥିଲେ । ଉପଖଣ୍ଡ ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟ ୨୫୫୧୮ଗୋଟି ମୋକଦ୍ଦମାର ଫଇସଲା କରାଯାଇ ୧୩୮୨୪୧୯୯ ଟଙ୍କା ଧାର୍ଯ୍ୟ କରାଯାଇଥିଲା।
ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ, ସବ ଜଜ୍ କୋର୍ଟ, ଏସଡ଼ିଜେଏମ କୋର୍ଟ, ମୋଟୁ ଜେଏମଏଫସି କୋର୍ଟ, ମାଥିଲି ଜେଏମଏଫସି କୋର୍ଟ, କୁଡୁମୁଲୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି, ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ