ଅବକାରୀ ମୁଖିଆ ୫ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେବା ଖବର ରେ କର୍ମଚାରୀ ଅଫିସର ଛାନିଆ ଅଫିସରେ ତାଲା
ରାଉରକେଲା, 12 ସେପ୍ଟେମ୍ବର (ହି.ସ.)୫ଲକ୍ଷ ଲାଞ୍ଚ ନେଇ ରାଉରକେଲା ଅବକାରୀ ମୁଖିଆ ଧନେଶ୍ୱର ବରଦା ଭିଜିଲାନ୍ସ ଦ୍ୱାରା ବନ୍ଧା ହେବା ଖବର ଆଜି ଅଫିସ ର ସବୁ କର୍ମଚାରୀ ଓ ଅଧିକାରୀ ଙ୍କୁ ଭୟଭୀତ କରିଛି ଫଳରେ ବାବୁ ମାନେ ଅଫିସ ତାଲା ପକାଇ ଯିଏ ଯୁଆଡେ ଫେରାର ମାରିଛନ୍ତି,ସେପଟେ ଭିଜିଲାନ୍ସ ର ଟିମ ଅବକାର
ଅବକାରୀ ମୁଖିଆ ୫ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେବା ଖବର ରେ କର୍ମଚାରୀ ଅଫିସର ଛାନିଆ ଅଫିସରେ ତାଲା


ରାଉରକେଲା, 12 ସେପ୍ଟେମ୍ବର (ହି.ସ.)୫ଲକ୍ଷ ଲାଞ୍ଚ ନେଇ ରାଉରକେଲା ଅବକାରୀ ମୁଖିଆ ଧନେଶ୍ୱର ବରଦା ଭିଜିଲାନ୍ସ ଦ୍ୱାରା ବନ୍ଧା ହେବା ଖବର ଆଜି ଅଫିସ ର ସବୁ କର୍ମଚାରୀ ଓ ଅଧିକାରୀ ଙ୍କୁ ଭୟଭୀତ କରିଛି ଫଳରେ ବାବୁ ମାନେ ଅଫିସ ତାଲା ପକାଇ ଯିଏ ଯୁଆଡେ ଫେରାର ମାରିଛନ୍ତି,ସେପଟେ ଭିଜିଲାନ୍ସ ର ଟିମ ଅବକାରୀ ବାବୁ ଙ୍କ ସମ୍ପତି ଯାଞ୍ଚ କରିଛନ୍ତି,ବର୍ତ୍ତମାନ ସୁଦ୍ଧା ୩୩ଲକ୍ଷ ନଗଦ ଓ ଜମା ରାଶି ମିଳିଥିବା ବେଳେ ଭୁବନେଶ୍ୱର ରେ ଗୋଟିଏ କୋଠ୍ହା,୪ଟି ଦାମୀ ପ୍ଲଟ କୁ ଖୋଜି ପାଇଥିବା ପ୍ରେସ ରିଲିଜରେ କୁହାଯାଇଛି.ରାଉରକେଲା ଅବକାରୀ ମୁଖ୍ୟ ପଦବୀ ଲାଗି କୁଆଡେ ନିଲାମ ହୁଏ ଯିଏ ଅଧିକ ପାଉଣା ଦେବ ସେ ଏଠି ପୋଷ୍ଟିଙ୍ଗ ପାଇବ ବୋଲି ଏବେ କୁହାଯାଉଛି.ଖାଲି ଏହିପଦବୀ ନୁହେଁ ତଳିଆ ପଦବୀ ବି ନିଲାମ ହୁଏ.ତେଣୁ ରାଉରକେଲା ରେ ମନ ଇଚ୍ଛା ବେଆଇନ ଭାବେ ଚାଲେ ଅବକାରୀ କାରବାର.ତେବେ ଭିଜିଲାନ୍ସ ଏସପି ଏନେଇ ଖବର ପାଇ ପଦକ୍ଷେପ ନେବାରୁ ଏହା ଧରାପଡ଼ିଲା,ଖାଲି ଏହି ଅଫିସ ନୁହେଁ ଫକ୍ଟୋରୀ ବୟଳର,ମାପ ଓଜନ,ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ,ଶ୍ରମ ବିଭାଗ,କୋଇଡା ଓ ରାଉରକେଲା ଖଣି ବାବୁ ମାନେ ଦୁଇ ହାତରେ ଖୋଲା ଖୋଲି ଲୁଟୁଥିବାର ଅଭିଯୋଗ ହୋଇ ଆସୁଛି.ରାଉରକେଲା ମହାନଗର ନିଗମ ବାବୁ ମାନେ କୋଟିପତି ହେଲେଣି ହେଲେ ଆଜିଯାଏ ଥରେ ହେଲେ ଏଠି ଭିଜିଲାନ୍ସ ର ଦୃଷ୍ଟି ପଡିନି.ପୁଲିସି ବିଭାଗ ର ଉଦିତନଗର,ପ୍ଲାଣ୍ଟ ସାଇଡ,ଟାଙ୍ଗର ପଲ୍ଲୀ,ବ୍ରାହ୍ମଣୀ ତରଙ୍ଗ,ରଘୁନାଥ ପଲ୍ଲୀ ଓ କୋଇଡା ଥାନା ବାବୁ ମାନେ ପ୍ରତିଯୋଗିତା କରି ସେସବୁଥାନାକୁ ଯାଇଥାନ୍ତି ଓ ବହୁ କଳା ଧନ ରୋଜଗାର କରିଥାନ୍ତି ଏମାନଙ୍କ ଉପରେ ମଧ୍ୟ ଭିଜିଲାନ୍ସ ଦୃଷ୍ଟି ଦେବାକୁ ଦାବି ହେଉଛି.

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande