ଆଶା ଦିଦିଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା
ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବି. ସିଂହପୁର ସେକ୍ଟରର ଦୁଇ ଜଣ ଆଶା କର୍ମୀଙ୍କୁ ୧୧.୦୯.୨୬ ରିଖ ଦିନ ସ୍ଥାନୀୟ ବି.ସିଂହପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୁଜୁନିଗୁଡ଼ାର ଆଶା କର୍ମୀ ପଦ
ଆଶା ଦିଦି ଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା


ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବି. ସିଂହପୁର ସେକ୍ଟରର ଦୁଇ ଜଣ ଆଶା କର୍ମୀଙ୍କୁ ୧୧.୦୯.୨୬ ରିଖ ଦିନ ସ୍ଥାନୀୟ ବି.ସିଂହପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୁଜୁନିଗୁଡ଼ାର ଆଶା କର୍ମୀ ପଦ୍ମାଳୟା ପଟ୍ଟନାୟକ ଏବଂ ବି.ସିଂହପୁରର ଆଶା କର୍ମୀ ସରସ୍ୱତୀ ଦାଶ ଉଭୟେ ନିଜ ନିଜ କର୍ମମୟ ଜୀବନରୁ ଅବସର ନେଇଛନ୍ତି। ସରସ୍ୱତୀ ଦାଶ ଏବଂ ପଦ୍ମାଳୟା ପଟ୍ଟନାୟକ ଉଭୟେ ୨୦୦୬ ମସିହା ଠାରୁ ଦୀର୍ଘ ୨୦ ବର୍ଷ କାଳ ଆଶା କର୍ମୀ ଭାବରେ ନିୟୋଜିତ ଥିଲେ। ନିଜ ନିଜ ଅଞ୍ଚଳରେ ବିପନ୍ନ ପରିସ୍ଥିତିରେ ମଧ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏମାନେ ପଛେଇ ନଥିଲେ। ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠାପର ଓ ସମର୍ପିତ ମନଭାବ ସହିତ ସେବା କରି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପାରିଥିଲେ। ଦୀର୍ଘ ୨୦ ବର୍ଷ ଧରି ନିସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ନିଜକୁ ସମର୍ପିତ କରି ଲୋକଙ୍କ ମନରେ ଆଶା ଓ ଭରସାର ପାତ୍ର ହୋଇ ପାରିଥିଲେ।

ଏହି ଅବସରରେ ଦୁଇ ଆଶା କର୍ମୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହିସମୟରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଭାବ ବିହ୍ଵଳ ହୋଇ ପଡ଼ିଥିଲେ। ଉକ୍ତ ବିଦାୟକାଳୀନ ସଭାରେ ବୋରିଗୁମ୍ମାର ମେଡିକାଲ୍ ଅଫିସର୍ ଡ଼ା. ଅକ୍ଷୟ କମାର କୁଣ୍ଡୁ, ଡାକ୍ତର ଗୌରବ ମିଶ୍ର, ସସ୍ମିତା ତ୍ରିପାଠୀ, ଶିବ ପ୍ରସାଦ ନାୟକ, ଦେବରାଜ ଷଡ଼ଙ୍ଗୀ, ଶ୍ରୀଧର ହୋତା, ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ସଂଘର ସଭାପତି ଝିମିମା ଖରାଙ୍କ ସହିତ ସମସ୍ତ ଆଶା କର୍ମୀ ଗଣ ଉପସ୍ଥିତ ଥିଲେ। ଆଗାମୀ କିଛି ଦିନ ମଧ୍ୟରେ ସରକାରଙ୍କ ନିୟମ ଅନୁଯାୟୀ ଏକ ଲକ୍ଷ ଲେଖାଏଁ ଉଭୟ ଆଶା କର୍ମୀଙ୍କୁ ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ଶତପଥୀ ସୂଚନା ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande