ଦୁବାଇରେ ଓଡ଼ିଆ ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା
ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦୁବାଇରେ ଓଡ଼ିଆ ପ୍ରବାସୀମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ପାରମ୍ପରିକ
ଦୁବାଇରେ ଓଡ଼ିଆ ପ୍ରବାସୀଙ୍କ     ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା


ଭୁବନେଶ୍ୱର, 12 ସେପ୍ଟେମ୍ବର

(ହି.ସ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦୁବାଇରେ ଓଡ଼ିଆ ପ୍ରବାସୀମାନେ ଭବ୍ୟ

ସ୍ୱାଗତ ଜଣାଇଥିଲେ । ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ପାରମ୍ପରିକ

ଲୋକନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହୋଇଥିଲା।

ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ମଧ୍ୟ ଏହି ଉତ୍ସବରେ ଘରୋଇ ଆତ୍ମୀୟତା ଭରି ଦେଇଥିଲା l ଓଡ଼ିଆ ସମୁଦାୟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା

କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଓଡ଼ିଆ

ସମୁଦାୟଙ୍କ ସହ ତାଙ୍କ ଆଲୋଚନାକୁ ନେଇ ସେମାନେ ଖୁସି ଓ ଗର୍ବ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ

ୟୁଏଇରେ ବସବାସ କରୁଥିବା ଓଡ଼ିଆମାନଙ୍କ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିବା ସହ

ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତି

ଓ ପରମ୍ପରାର ସୁରକ୍ଷା ଏବଂ ପ୍ରଚାର ପାଇଁ ସେମାନଙ୍କ ଉଦ୍ୟମକୁ ସ୍ୱୀକାର କରିଥିଲେ। ଏହି ସମାବେଶ

ଓଡ଼ିଆ ପ୍ରବାସୀ ଓ ମାତୃଭୂମି ମଧ୍ୟରେ ଥିବା ଦୃଢ଼ ଭାବନାତ୍ମକ ସମ୍ପର୍କକୁ ପ୍ରତିଫଳିତ କରିବା

ସହ ସୀମାପାର ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆତ୍ମାକୁ ପ୍ରଦର୍ଶନ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande