ବନ୍ୟା ସ୍ଥିତିର ଅନୁଧ୍ୟାନ କଲେ ଜିଲ୍ଲାପାଳ
ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଥିବା ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବନଖଣ୍ଡ ଅଧିକାରୀ ସାଇ କିରନ ଡିଏନ ଓ ଅନ୍ୟାନ ଅଧିକାରୀ ପୋଟେରୁ ସମେତ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି
ବନ୍ୟା ସ୍ଥିତିର ଅନୁଧ୍ୟାନ କଲେ ଜିଲ୍ଲାପାଳ


ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଥିବା ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବନଖଣ୍ଡ ଅଧିକାରୀ ସାଇ କିରନ ଡିଏନ ଓ ଅନ୍ୟାନ ଅଧିକାରୀ ପୋଟେରୁ ସମେତ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ବ୍ରିଜ୍ ର ଦୁଇ ପାର୍ଶ୍ୱରେ ଅଟକି ରହିଥିବା ଯାତ୍ରୀ ଓ ଗାଡି ଚାଳକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଉଛି। ୪୦୦ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ଜିଲ୍ଲାର ସମସ୍ତ ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯାଇଛି ଓ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ୨୪ ଘଣ୍ଟିଆ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କାଲିମେଳା ବ୍ଲକ୍ ରେ ଏକ ଓଡ୍ରାଫ୍ ଟିମ୍ କୁ ସଜାଗ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande