ପୋଲିସ ଉପରେ ଗୁଳିଚଲାଇବା ମାମଲା, ୯ ଅଭିଯୁକ୍ତ ଗିରଫ
ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନକୁ ପୋଲିସ ଧରିବା ପରେ ତା'' ପାଖରୁ ଉଦ୍ଧାର ହୋଇଥିବା ଚୋରି ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ରକୁ ନେଇ ଏସିପି ମନୋଜ ପୂଜାରି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନେକ ପ
ପୋଲିସ ଉପରେ ଗୁଳିଚଲାଇବା ମାମଲା, 9 ଅଭିଯୁକ୍ତ ଗିରଫ


ପୋଲିସ ଉପରେ ଗୁଳିଚଲାଇବା ମାମଲା, 9 ଅଭିଯୁକ୍ତ ଗିରଫ


ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନକୁ ପୋଲିସ ଧରିବା ପରେ ତା' ପାଖରୁ ଉଦ୍ଧାର ହୋଇଥିବା ଚୋରି ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ରକୁ ନେଇ ଏସିପି ମନୋଜ ପୂଜାରି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନେକ ପ୍ରକାର ମାଳ ମାଳ ସୁନା ଓ ରୁପାର ଅଳଙ୍କାର, ୨୫୦ ଗ୍ରାମର ସୁନା ଅଳଙ୍କାର,ଏକ କେଜି ୧୦୦ ଗ୍ରାମର ରୁପା ଅଳଙ୍କାର ସହିତ ଗୋଟିଏ ଦେଶୀ ବନ୍ଧୁକ,୧୮ଟି ଅଫୁଟା ଗୁଳି ସହିତ ବିଭନ୍ନ ମାରଣାସ୍ତ୍ର ଏବଂ ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି। ତମାମ ମାମଲାରେ ଟୁନାଙ୍କର ତିନି ସହଯୋଗୀଙ୍କୁ ଗିରଫ କରିବା ସହିତ ସେମାନେ ଚୋରି ସାମଗ୍ରୀ ଦେଇଥିବା ଅନ୍ୟ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଦୁର୍ଦାନ୍ତ ଅପରାଧୀ ଟୁନା ହରିଜନକୁ ଗିରଫ ପରେ ୭ ଦିନିଆ ରିମାଣ୍ଡରେ ଆଣିବା ପରେ ସମସ୍ତ ଚୋରି ସାମଗ୍ରୀ ସହ ତାହାର ସହଯୋଗୀ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଟୁନାଙ୍କ ନାମରେ କୋରାପୁଟ ଜିଲ୍ଲାର ବିଭନ୍ନ ଥାନାରେ ୪୦ ରୁ ଉର୍ଦ୍ଧ ଅପରାଧିକ ମାମଲା ଥିବା ବି ସୂଚନା ଦେଇଛି ପୋଲିସ। ମୋଟ ୯କଣ ଗିରଫ ହୋଇଥିବା ବେଳେ ଏମାନଙ୍କ ଠାରୁ ଗୋଟେ ବୋଲେରୋ, ଗୋଟେ କାର, ଗୋଟିଏ ଅଟୋ ଏବଂ ଏକ ବାଇକ ଜବତ ହୋଇଛି। ଉଦ୍ଧାର ସୁନା ରୁପାର ଅଳଙ୍କାର ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଦ ଏଏସପି ମନୋଜ ପୂଜାରୀ ସୂଚନା ଦେଉଛନ୍ତି। କୋରାପୁଟ ଜିଲ୍ଲା ସମେତ ନବରଙ୍ଗପୁର, କଳାହାଣ୍ଡି ପଡୋଶୀ ରାଜ୍ୟ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଡକାୟତି କରିଥିବା କୁଖ୍ୟାତ ଆନ୍ତଃରାଜ୍ୟ ଡକାୟତ ଟୁନା ହରିଜନକୁ ବୋରିଗୁମ୍ମା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏଥିସହ ବିଭିନ୍ନ ଡକାୟତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟୁନା ହରିଜନ ସମେତ ଆଉ ୮ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମନୋଜ ପୂଜାରୀ ସୂଚନା ଦେଇଥିଲେ। ଗିରଫ ମାନେ ହେଲେ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତ ଟୁନା ହରିଜନ(୪୦) ଓରଫ ସୀମାନ ନାଗ ଘର ନବରଙ୍ଗପୁର ଜିଲ୍ଲା କୂସୁମୀ, ରାମ ହରିଜନ(୧୯), ଘର ନବରଙ୍ଗପୁର ଜିଲ୍ଲା ବିକ୍ରମପୁର, ମଙ୍ଗଲଦାନ ହରିଜନ(୨୬) ଘର ଜୟପୁର ସଦର ଥାନା ଅନ୍ତର୍ଗତ ଦୁବୁଲି ଗ୍ରାମ, ପୁରନ୍ଧର ସରଫ(୪୪ ବର୍ଷ) ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା, ମହିନ୍ଦ୍ରା ମେହେର(୫୦) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼, ମୋହନ ଆଚାରୀ(୨୬) ବୋରିଗୁମ୍ମା, ବେଣୁମାଧବ ଷଡଙ୍ଗୀ(୪୪) ଘର କୁମୁଲି, ରାଜେଶ ବିଶୋଇ(୨୭) ବିସିଂପୁର ଥାନା ଅନ୍ତର୍ଗତ ରଜାପୁଟ, ନିଲୁ ସାମନ୍ତରାୟ(୨୬) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଖାତିଗୁଡା।

ଅତିରିକ୍ତ ଏସ୍ପି ମନୋଜ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଗତ ୨୫.୦୮.୨୦୨୬ ତାରିଖ ମଧ୍ୟରାତ୍ରରେରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଯାଉଥିବା ମହିନ୍ଦ୍ରା ବୋଲେରୋ ଗାଡିକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ବୋଲେରୋଟି ନ ଅଟକି କାମରା ଗ୍ରାମର ଏକ ଶ୍ମଶାନ ରାସ୍ତାକୁ ଯାଇ ପେଟ୍ରୋଲିଂ ପାଇଁ ଯାଇଥିବା ସ୍କୋର୍ପିଓକୁ ଭଙ୍ଗାରୁଜା କରିବା ସହ ପୋଲିସ ଅଧିକାରୀଙ୍କୁ ଖଣ୍ଡା ଧରି ପ୍ରାୟ ୮ରୁ ୯ ଜଣ ଗୋଡ଼ାଇଥିଲେ। ଏଥିସହ ଦୁଇ ରାଉଣ୍ଡ ଫାୟାରି ମଧ୍ୟ କରିଥିଲେ। କୋରାପୁଟ ଏସ୍ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେସିଆଲ ଟିମ ମନୋଜ ପୂଜାରୀଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା। ଏକ ନାଟକୀୟ ଢଙ୍ଗରେ କୁଖ୍ୟାତ ଡ଼କାୟତ ଟୁନା ହରିଜନକୁ ପୋଲିସ ଏସଆଇ ସିଦ୍ଧାନ୍ତ କୁମାର ବେହେରା ଓ ଅନ୍ୟମାନେ ଜଗଦଲପୁର ରୁ ଗିରଫ କରିଥିଲେ।ପରେ କୋର୍ଟ ରୁ ଟୁନା ହରିଜନ ଙ୍କୁ ସାତ ଦିନ ପାଇଁ ରିମାଣ୍ଡରେ ଆଣି ତନାଘନା କରିଥିଲେ। ଟୁନା ହରିଜନ ବିଭିନ୍ନ ମନ୍ଦିର ଯଥା ଭୈରବ ମନ୍ଦିର, କାମରା ମନ୍ଦିର, ବିଜାପୁର ଶିବ ମନ୍ଦିର, ବୋଡିଗାଁ ଓ ଭାଁସୁଲିରେ ସଶସ୍ତ୍ର ଡକାୟତିରେ ସାମିଲ ଥିବା ପୋଲିସ ଜାଣିପାରିଛି। ଗିରଫ ବ୍ୟକ୍ତି ମାନଙ୍କ ପାଖରୁ ୨୬୦ ଗ୍ରାମ ସୁନା ଅଳଙ୍କାର,୧୧୦୦ ଗ୍ରାମ ରୁପା ଅଳଙ୍କାର, ଗୋଟିଏ ଦେଶୀ ପିସ୍ତଲ,୨୦ ଟି ଗୁଳି, ଗୋଟିଏ ବୋଲେରୋ, ଗୋଟିଏ ଆଲଟୋ, ଗୋଟିଏ ଅଟୋ ଓ ଗୋଟିଏ ବାଇକ, ନଗଦ ୫୦ ହଜାର ଟଙ୍କା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ବୋରିଗୁମ୍ମା ଥାନାରେ ଏକ ମାମଲା-କେସ ନମ୍ବର-୨୪୯/୨୫.୦୮.୨୦୨୬ ଦଫା-୩୧୦(୪),୩୧୦(୫),୧୦୯,୧୩୨,୩୨୪(୫),୩୨୪(୬) ବିଏନଏସ ଓ ଆର୍ମ ଆକ୍ଟ ରୁଜୁ କରାଯାଇଛି। ତେବେ ଡ଼କାୟତ ମାନେ ଚୋରି କରିଥିବା ସୁନା ଅଳଙ୍କାରକୁ କୁମୁଲି ଗ୍ରାମର ଜଣେ କାର୍ଯ୍ୟରତ ଶିକ୍ଷକ ବେଣୁମାଧବ ଷଡଙ୍ଗୀ କିଣିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ କେନ୍ଦୁଗୁଡା କ୍ଲଷ୍ଟରର ନୂଆଗୁଡା ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମନୋଜ ପୂଜାରୀଙ୍କ ସମେତ ଥାନା ଆଇଆଇସି ରାମାନନ୍ଦ ସାହୁ, ଏସଆଇ ସିଦ୍ଧାନ୍ତ କୁମାର ବେହେରା, ଏଏସଆଇ ବସନ୍ତ କୁମାର ନାଗ, ଗୋପାଳ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande