ବଲାଙ୍ଗିର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର
ବଲାଙ୍ଗିର, ୧୨ ସେପ୍ଟେମ୍ବର (ହି.ସ.)- ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗୀର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ସିଭିଲ କୋର୍ଟ ବଲାଙ୍ଗୀର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବାସ୍ଥ୍ୟ ଶିବିରର ମୂଳ ଉଦ୍ଦ
ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର


ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର


ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର


ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର


ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର


ବଲାଙ୍ଗିର, ୧୨ ସେପ୍ଟେମ୍ବର (ହି.ସ.)- ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗୀର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ସିଭିଲ କୋର୍ଟ ବଲାଙ୍ଗୀର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣ ସଂକ୍ରାମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା ।

ଏହି ଶିବିରରେ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡାକ୍ତର ଶଙ୍କର ମେହେର, ଡାକ୍ତର ସନ୍ଦୀପ ୟାଦପ ଓ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ସ୍ବାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଏ.ପି.ଏମ ରାମାନୁଜ ପଣ୍ଡା ଓ ୟୁ.ଡି.ଏମ ଅନିଲ କୁମାର ମହାକୁର ତଦାରଖ କରାଯାଇଛି। ଏହି ସ୍ବାସ୍ଥ୍ୟ ଶିବିରରେ ୧୦୩ ରୁ ଉର୍ଦ୍ଧ୍ଵ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande